ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସହରରେ ଗାଈ ରଖିବା ପାଇଁ ବଦଳିଲା ନିୟମ । ବଦଳିଲା ଘରେ ଗାଈ ରଖିବା ର ନିୟମ । ବିନା ଲାଇସେନ୍ସ ରେ ରଖି ପାରିବେନି ଗାଈ ।ଆସନ୍ତୁ ଜାଣିବା କେଉଁଠି ଏହି ନିୟମ ଲାଗୁ ହୋଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ସହରାଞ୍ଚଳରେ ଗାଈ ଘରେ ରଖିବା ପାଇଁ ରାଜସ୍ଥାନ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି । ତେବେ ଗୋପାଳନ ପାଇଁ କିଛି ନିୟମ ଲାଗୁ ହୋଇଛି । ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ନିୟମ ଅନୁଯାୟୀ ବାଧ୍ୟତାମୂଳକ ଅଟେ । ତେବେ ସେହି ଟ୍ୟାଗରେ ମାଲିକଙ୍କ ନାମ ଏବଂ ତାଙ୍କ ମୋବାଇଲ୍ ନମ୍ବର ରହିବ । ଯଦି ଗାଈ ରାସ୍ତାରେ ବୁଲୁଥିବାର ଦେଖାଯାଏ,ତାହେଲେ ୧୦ ହଜାର ଟଙ୍କା ଜୋରିମାନା ଆକାରରେ ଦେବାକୁ ହେବ ।
ରାଜସ୍ଥାନ ସରକାର ବାଧ୍ୟତାମୂଳକ କରିଛନ୍ତି କି, ସହରାଞ୍ଚଳରେ ୧୦୦ ବର୍ଗ ମିଟର କ୍ଷେତ୍ର ମଧ୍ୟରେ ଗାଈ ଙ୍କୁ ରଖାଯିବ ।କେବଳ ଏତିକି ନୁହେଁ ଲାଇସେନ୍ସ ନଥିଲେ ଘରେ ଗୋଟିଏରୁ ଅଧିକ ଗାଈ ଏବଂ ବାଛୁରୀ ରଖିବାକୁ ଅନୁମତି ଦିଆଯିବ ନାହିଁ । ତେବେ ଏହି ଲାଇସେନ୍ସ ପାଇବାକୁ ହେଲେ ଆବେଦନକାରୀଙ୍କୁ ଗୁହାଳ ବାବଦରେ ବିବରଣୀ ପ୍ରଦାନ କରିବାକୁ ପଡିବ ।
ତେବେ ଲାଇସେନ୍ସ ଫି ବାବଦ ରେ ବାର୍ଷିକ ୧,୦୦୦ ଟଙ୍କା ଦେବାକୁ ହେବ । ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଧାର୍ମିକ ଏବଂ ଅନ୍ୟାନ୍ୟ ଅନୁଷ୍ଠାନକୁ ଅଧା ଅର୍ଥ ଦେବାକୁ ପଡିବ ।ସର୍ବସାଧାରଣ ସ୍ଥାନରେ କୌଣସି ବ୍ୟକ୍ତି ଙ୍କୁ ବିନା ଅନୁମତିରେ ଗୋଖାଦ୍ୟ ବିକ୍ରୟ କରିବାକୁ ଅନୁମତି ଦିଆଯିବ ନାହିଁ ।
କିନ୍ତୁ ଯଦି କୌଣସି ବ୍ୟକ୍ତି ଅନଧିକୃତ ବିକ୍ରୟ କରୁଥାଏ ତାହେଲେ ତାକୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ସର୍ବସାଧାରଣ ସ୍ଥାନରେ କେହି ଗୋବର ଶୁଖାଇ ପାରିବେ ନାହିଁ ।ଗୋପାଳନ ଲାଇସେନ୍ସ ପାଇଁ ଗୁହାଳର ମାନ, ସ୍ୱଚ୍ଛତା ଏବଂ ପାରିପାଶ୍ୱିର୍କ ସ୍ଥିତି ଭଳି କେତେକ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।