ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବଦଳିବ କି ଖରା ଛୁଟି ସମୟ ସୀମା । କଣ କହିଲେ ମନ୍ତ୍ରୀ । କେବେ ଠାରୁ ଏବଂ କେତେ ଦିନ ରହିବ ଗ୍ରୀଷ୍ମ ଛୁଟି ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବଦଳିବ କି ଖରା ଛୁଟି ନିଷ୍ପତ୍ତି ? ବଢ଼ିବ କି ୧୧ ଦିନିଆ ଖରା ଛୁଟିର ଅବଧି? ଜୁନ୍ ବଦଳରେ ମେ’ ମାସରୁ ମିଳିବ କି ସ୍କୁଲ ଯିବାରୁ ନିସ୍ତାର । ଘରକୁ ଫେରିବା ବେଳେ ଅସହ୍ୟ ଖରା କୋପରେ ଛାତ୍ରଛାତ୍ରୀ କଳବଲ ହେଉଥିବା ବେଳେ ଏପରି ପ୍ରଶ୍ନ ଅଭିଭାବକଙ୍କ ମନକୁ ଆନ୍ଦୋଳିତ କରୁଛି । ଖରା ଛୁଟି ଅବଧି ବଢ଼ାଇବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ ପକ୍ଷରୁ ଦାବି ହେଉଥିବା ବେଳେ ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି । ହେଲେ ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ । ସେ କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ ଜୁନ୍୧ରୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗର ଛୁଟି ଜୁନ୍ ୬ରୁ ଆରମ୍ଭ ହୋଇ ୧୬ ଯାଏ ଲାଗୁ ହେବ ।
ହେଲେ ମେ’ ଆରମ୍ଭରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ । ଏବେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ପିଲାମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରା ଛଟପଟ ହେଉଛନ୍ତି । ଏହାକୁ ନଜରରେ ରଖି ମେ’ ଆରମ୍ଭରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହାଦ୍ୱାରା ଖରାର କୋପ ବଢ଼ିବା ଆଗରୁ ପିଲା ଘରେ ପହଞ୍ଚିଯିବେ । ଏହାସତ୍ତ୍ୱେ କିଛି ଅପ୍ରୀତିକର ପରିସ୍ଥିତି କିଛି ଉପୁଜିଲେ ନିଷ୍ପତ୍ତି ବଦଳା ଯାଇପାରେ ।
ବର୍ତ୍ତମାନ ଯାଏ କିଛି ନିଷ୍ପତ୍ତି ନିଆଯାଇ ନଥିବା ବେଳେ ସ୍କୁଲ ଚାଲୁ ରହିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ପ୍ରତିବର୍ଷ ଖରା ଛୁଟି ୫୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଗତ ୨ ବର୍ଷ ହେବ କରୋନା ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି । ତେଣୁ ଚଳିତ ବର୍ଷ ଖରା ଛୁଟିକୁ ୫୦ ଦିନ ବଦଳରେ ୧୧ଦିନରେ ସୀମିତ ରଖାଯାଇଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଭାବକ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।