ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହେଲା ପୁଷ୍ପା ର ଟ୍ରେଲର,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋସିଆଲ ମିଡ଼ିଆରେ ତ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ, ଗୀତ ଆଦି ଭାଇରାଲ୍ ହୋଇଥାଏ। ସେହି ସବୁ ଭିଡିଓ ମଧ୍ୟରୁ କିଛି ଭିଡିଓ ଏପରି ଥାଏ କି ଯାହା ଟ୍ରେଣ୍ଡରେ ଥାଏ, ଆଉ ଲୋକମାନେ ସେହି ଗୀତ କିମ୍ବା ଡାଇଲଗ୍ ବା ଡ୍ୟାନ୍ସରେ ଭିଡିଓ କରି ସୋସିଆଲ୍ ସାଇଟ୍ ରେ ସେୟାର୍ କରି ଥାଆନ୍ତି। ସେହି ସମୟରେ ଲୋକଙ୍କ ମଧ୍ୟରେ ସେହି ଭିଡିଓ ବା ରିଲ୍ସକୁ ନେଇ କ୍ରେଜ୍ ଦେଖିବାକୁ ମିଳିଥାଏ। ପୁଷ୍ପା :ଦି ରାଇଜ୍ ଏକ ସୁପର ହିଟ୍ ଫିଲ୍ମ ଭାବରେ ପ୍ରଚାର ହୋଇଛି। ଏହି ଫିଲ୍ମରେ କୁହା ଯାଇଥିବା କିଛି ଡାଇଲକ୍ ଗୁଡିକ ଅନଲାଇନରେ ବେସ୍ ଟ୍ରେଣ୍ଡ କରୁଛି ।
ତାଙ୍କ ଡ଼ାଇଲକ ମାଧ୍ୟମରେ ହାତ ଚଳାଇବା ପାଇଁ ଅଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ରିଲିଜ୍ ହେବା ଦିନ ଠାରୁ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ଭାରତରେ ବିଭିନ୍ନ ସ୍ଥାନରୁ ଲୋକମାନେ ଏହାର ଆଇକନିକ୍ ଡାଇଲଗ ଏବଂ ଉପରେ ବିଭିନ୍ନ ଇନଷ୍ଟାଗ୍ରାମ ରିଲ୍ ତିଆରି କରୁଥିବା ଦେଖାଯାଇଛି । ବର୍ତ୍ତମାନ ପୁଷ୍ପା ‘ମେ ଜୁକେଗା ନାହି’ ଏହି ଡ଼ାଇଲୋଗ ଟି ଖୁବ୍ ଚର୍ଚ୍ଚାରେ।
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାରାଜର ଟ୍ରେଲର ରିଲିଜ ହେବା ଦିନ ଠାରୁ ହିଁ ପୁରା ଭାରତରେ ଏକ ଭିନ୍ନ ପ୍ରକାରର କ୍ରେଜ ଦେଖିବାକୁ ମିଳୁଥିଲା।‘ପୁଷ୍ପା’ ଫିଲ୍ମକୁ ତେଲୁଗୁ, ତାମିଲ, ମାଲାୟାଲମ୍ ଓ କନ୍ନଡ ସହିତ ହିନ୍ଦୀରେ ରିଲିଜ ହୋଇଛି।ଏହା ସହିତ ଫିଲ୍ମର ପ୍ରଥମ ଗୀତ ଅନ୍ୟ ଭାଷା ସହିତ ହିନ୍ଦୀରେ ମଧ୍ୟ ରିଲିଜ୍ ହେଉଛି । ଫିଲ୍ମର ସମସ୍ତ ଭାଷା ପାଇଁ ସଙ୍ଗୀତ ବିଭିନ୍ନ ଭାଷାରେ ରଚନା କରାଯାଇଛି । ଏହାର ହିନ୍ଦୀ ସଂସ୍କରଣକୁ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି କମ୍ପୋଜ କରିଥିବା ବେଳେ ନିଜେ ଗୀତ ଗାଇଛନ୍ତି ।
ଅନ୍ୟ ଭାଷା ବିଷୟରେ କହିବାକୁ ଗଲେ ଏହା ତେଲୁଗୁ ଭାଷାରେ ଶିବମ୍ ଗୀତ ଗାଇଥିବା ବେଳେ ତାମିଲରେ ବେନି ଦୟାଲ, ମାଲାୟାଲରେ ରାହୁଲ ନାମ୍ବିଆର୍ ଓ କନ୍ନଡ ସଂସ୍କରଣରେ ବିଜୟ ପ୍ରକାଶ ଗୀତ ଗାଇଛନ୍ତି। ଗୀତ ଗୁଡ଼ିକ ତେଲୁଗୁ ଭାଷାରେ ଲେଖିଛନ୍ତି ଚନ୍ଦ୍ରବୋସ୍, ତାମିଲରେ ବିବେକା, କନ୍ନଡାରେ ଭରଦାରାଜା ଚିକ୍କାବାଲାପୁରା ଓ ମାଲାୟାଲମରେ ସିଜୁ ଥରୁରଙ୍କ ଦ୍ୱାରା ଗୀତ ଲେଖାଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।