ହ୍ୱାଟ୍ସଆପ ୟୁଜର ଙ୍କ ପାଇଁ ଆସିଲା ବଡ ଘୋଷଣା ଏଥର ଦେବାକୁ ପଡ଼ିବ ଟଙ୍କା…

 

ଦିନକୁ ଦିନ ହ୍ୱାଟ୍ସଆପ ର ଲୋକପ୍ରିୟତା ବଢିବାରେ ଲାଗିଛି । କାହା ପାଖରେ ଆଉ କୌଣସି ସୋସିଆଲ ମିଡ଼ିଆ ଆପ୍ଲିକେସନ୍ ଥାଉ ବା ନଥାଉ ହ୍ୱାଟ୍ସଆପ କିନ୍ତୁ ଆପଣ ସମସ୍ତଙ୍କ ମୋବାଇଲ ରେ ଥିବା ଦେଖିବାକୁ ପାଇଯିବେ । ଦିନକୁ ଦିନ ବିଶ୍ଵ ଉନ୍ନତି ଆଡ଼କୁ ଯିବାକୁ ହେଉଥିବା ବେଳେ ସମସ୍ତଙ୍କ ପାଖରେ ଅଛି ବର୍ତ୍ତମାନ ହ୍ୱାଟ୍ସଆପ ।

ହ୍ୱାଟ୍ସଆପ ଆ ଦ୍ଵାରା ସମସ୍ତଙ୍କ ସହ ଅତି ସହଜରେ ବାନ୍ଧି ହୋଇ ରହୁଛନ୍ତି ସବୁ ଲୋକେ । ଏହି ହ୍ୱାଟ୍ସଆପ ମାଧ୍ୟମରେ ନିଜର ପ୍ରିୟ ଲୋକମାନଙ୍କୁ ଦେଖିବା ସହ ତାଙ୍କ ସହ ଯେତେବେଳେ ଚାହିଁଲେ କଥା ହୋଇପାରୁଛେ । ଆଉ ପୂର୍ବ ପରି ଯାହାକୁ କଲ କଲେ ଅଧିକ ସମୟ କଥା ହେବାର ଯୁଗ ନାହିଁ । ଏବେ କେବଳ କଥା ହେବାପାଇଁ ଏବଂ ହକ ଚାଲ ବୁଝିବା ପାଇଁ ହ୍ୱାଟ୍ସଆପ ହିଁ କାଫି ।

ତେବେ ଏହି ହ୍ୱାଟ୍ସଆପ ଆପ୍ କୁ ନେଇ ଆସିଛି ଏକ ବଡ ସୂଚନା । ଯଦି ଆପଣ ହ୍ୱାଟ୍ସଆପ ରେ ଅଧିକ ଫିଚର ବ୍ୟବହାର କରିବାକୁ ଇଛା କରିବେ ତେବେ ଆପଣଙ୍କୁ ଦେବାକୁ ହେବ ଟଙ୍କା । ଆପଣ ଗୋଟିଏ ଫୋନ୍ ରେ ଗୋଟିଏ ହ୍ୱାଟ୍ସଆପ ଚଳାଇ ପାରୁଥିଲେ କିନ୍ତୁ ଏବେ ନୂଆ ଫିଚର ରେ ନୂଆ ପ୍ରକାର ରେ ପରିବର୍ତ୍ତନ ଆସିଛି । ଯାହାକି ବ୍ୟସ୍ତ ବହୁଳ ବ୍ୟବହାରି ଙ୍କ ପାଇଁ ଏକ ଖୁସି ଖବର ।

ଏହି ନୂଆ ଫିଚର୍ ରେ ଆପଣ ଗୋଟିଏ ହ୍ୱାଟ୍ସଆପ ନମ୍ବର କୁ ଅନେକ ଗୁଡ଼ିଏ ଡିଭାଇସ ରେ ସମ୍ଭାଳି ରଖି ପାରିବେ ଏବଂ ବ୍ୟବହାର କରିପାରିବେ । ଯେମିତି କି ମୋବାଇଲ , ଟାବଲେଟ,କମ୍ପ୍ୟୁଟର,ଲାପଟପ୍ ଇତ୍ୟାଦିରେ ବ୍ୟବହାର କରିପାରିବେ । ତେବେ ଏହାପାଇଁ ଆପଣଙ୍କୁ ଗଣିବାକୁ ହେବ ଅର୍ଥ ରାଶି । ଏହି ଫିଚର ରେ ଲୋକେ ଗୋଟିଏ ହ୍ୱାଟ୍ସଆପ କୁ ୪ ଟି ଡିଭାଇସ ରେ ବ୍ୟବହାର କରିପାରିବେ ।

ସାଧାରଣ ବ୍ୟବହାର କାରୀଙ୍କ ଙ୍କ ପାଇଁ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତେବେ ହ୍ୱାଟ୍ସଆପ ରେ ଆରମ୍ଭ ହେବାକୁ ଯାଉଥିବା ନୂଆ ଫିଚର କୁ ବ୍ୟବହାର କାରୀମାନେ ସମ୍ପୂର୍ଣ ରୂପେ ଅଲଗା ଭାବେ ପାଇବେ । ଯେଉଁମାନେ ଏହାକୁ ଇଛା କରିବେ ଏହାକୁ କିଣି ପାରିବେ ଏବଂ ଏହାକୁ ଯେଉଁମାନେ ନେବାକୁ ଇଛା କରିବେ ନାହିଁ ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । ପୂର୍ବ ପରି ସେମାନେ ମଧ୍ୟ ଏହାକୁ ଚଳାଇ ପାରିବେ ।

Leave a Reply

Your email address will not be published.