ନମସ୍କାର ବନ୍ଧୁଗଣ ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ସୂର୍ଯ୍ୟ ପରାଗ । ଏହି ସୂର୍ଯ୍ୟ ପରାଗରେ ୬ ଟି ରାଶି ଙ୍କ କ୍ଷେତ୍ରରେ ଶୁଭ ଦୃଷ୍ଟି ପଡୁଥିବାର ଜଣା ପଡ଼ିଛି । ଏବଂ ୪ ଟି ରାଶିରେ ଏହି ସୂର୍ଯ୍ୟ ପରାଗ ଅଶୁଭ ସାବ୍ୟସ୍ତ ହେବାର ସମ୍ଭାବନା ଅଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ କଣ କଣ ଅଛି ।
ତେବେ ଶୁଭ ରାଶି ଗୁଡ଼ିକ ହେଲେ :- ମେଷ ,ମିଥୁନ,କର୍କଟ, ସିଂହ,କନ୍ୟା, ବିଛା । ଏବଂ ବିପଦ ଥିବା ରାଶିଗୁଡ଼ିକ ହେଲେ ବୃଷ , ତୁଳା ,କୁମ୍ଭ , ମୀନ ।
ଆସନ୍ତା ସୂର୍ଯ୍ୟ ପରାଗରେ ସମସ୍ତ ରାଶିଙ୍କ ପ୍ରତି ଚଳନି ଅଲଗା ଅଲଗା ଥିବା ଦ୍ଵାରା ୬ ଟି ରାଶି ଙ୍କ ପ୍ରତି ପଡ଼ୁଥିବା ଶୁଭ ଯୋଗରେ ସମସ୍ତ ପ୍ରକାର ଶୁଭ ପରିସ୍ଥିତି ଦେଖା ଦେବ । ଏହି ଦିନ ପରଠାରୁ ଏହି ୬ ଟି ରାଶି ମାନଙ୍କ ଜୀବନରେ ଶୁଭ ମହୁରତ ଆରମ୍ଭ ହେବ ଯାହା ଫଳରେ ଆର୍ଥିକ ସମସ୍ୟା ଦୂର ହୋଇ ଅନେକ ପ୍ରକାର ସଫଳତା ପ୍ରାପ୍ତି ହେବ ।
୬ ଟି ଶୁଭ ରାଶିର ବ୍ୟକ୍ତି ମାନେ ଏହି ସମୟରେ ଯଦି ଚାହିଁବେ ସେମାନଙ୍କର ନୂତନ କର୍ମକ୍ଷେତ୍ର ଆରମ୍ଭ କରିପାରିବେ । ନୂତନ କର୍ମ କ୍ଷେତ୍ରରେ ନିହତିଭାବେ ସଫଳତା ଦେଖିବାକୁ ମିଳିବ ଯାହା ଫଳରେ ଆପଣ ଲାଭବାନ ହୋଇପାରିବେ । ପରିବାର ଲୋକଙ୍କ ଠାରୁ ସହାନୁଭୂତି ସମୟ ସମୟରେ ମିଳିବ ଯାହା ଦ୍ଵାରା ଆପଣ ଆଗକୁ ଅଗ୍ରସର ହେବାପାଇଁ ପ୍ରେରଣା ପାଇବେ ।
ବୃଷ , ତୁଳା ,କୁମ୍ଭ , ମୀନ ରାଶି ମାନଙ୍କୁ ଗ୍ରହଣ ଦିନ ଏବଂ ଏହା ପରେ କିଛିଦିନ ପାଇଁ ସାବଧାନ ରହିବା ଆବଶ୍ୟକ ହେବା । ନିହାତି ଭାବେ ଏହି ସମୟ ଆପଣଙ୍କ ପାଇଁ ଭଲ ନାହିଁ ତେଣୁକରି ଆପଣ ଜଗିରଖି ଚଳିବା ଉଚିତ୍ । ଏହି ସମୟରେ କୌଣସି ପ୍ରକାର ରେ ନୂତନ ଭାବେ କାର୍ଯ୍ୟ ଆରମ୍ଭ କରିବା ଶୁଭ ସାବ୍ୟସ୍ତ ହେବନାହିଁ ।