ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାଂଗଠନିକ ସମ୍ପାଦକ ବବି ଦାସ କଲେ ଖୋଲାଖୋଲି ଘୋଷଣା । ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ମାନଙ୍କ ମିଟିଂ ରେ କଲେ ଘୋଷଣା । ତେବେ ଏହାକୁ ନେଇ ସମସ୍ତଙ୍କ ପାଟି ଚୁପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କୁ ଦଳ ବାଛି ସାରିଥିବା ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେର୍ତ୍ତିକେୟାନ ପାଣ୍ଡିୟନ୍ ଙ୍କ ଧର୍ମ ପତ୍ନୀ ସୁଜାତା ଙ୍କ ମୁଣ୍ଡ ରେ ମୁକୁଟ ପିନ୍ଧାଇବାକୁ ପରୋକ୍ଷ ରେ ଏକ ପ୍ରକାରର ସ୍ଥିର କରିଛି ଦଳ । ଏଥିପାଇଁ ଦଳ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରୁଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି ବ୍ଲୁ ପ୍ରିଣ୍ଟ ଙ୍କୁ କାର୍ଯ୍ୟକାରୀ କରିବ ଦଳ । ସୁଜାତା ଙ୍କ ନାମ କୁ ଉତ୍ତରାଧିକାରୀ ଭାବରେ ଉଠାଇ ଦଳ ଭିତରେ ଏବଂ ବାହାରେ ତାର ପ୍ରତିକ୍ରିୟା ଦେଖିବାକୁ ଚାହିଁଛି ।
ଏଥିପାଇଁ ଏପ୍ରିଲ 22 ତାରିଖ ରେ ବିଜେଡି ର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ମାନଙ୍କୁ ଡାକି ଏକ ବୈଠକ କରିବା ସମୟ ରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉତ୍ତରାଧିକାରୀ ଙ୍କ ନାମ ଘୋଷଣା କରିଥିଲେ । ତେବେ ସୁଚିନ୍ତିତ ଭାବେ ଦଳ ଚାହୁଁଚି ସୁଜାତା ଙ୍କୁ ଦଳ ର ମୁକୁଟ ପିନ୍ଧାଇବାକୁ । ସ୍ଵୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ରାଜ୍ୟ ର 70 ଲକ୍ଷ ମହିଳା ଏବେ ବିଜେଡି ର ଭୋଟ ବ୍ୟାଙ୍କ୍ । ତେଣୁ ଦଳ ରେ ଜଣେ ମହିଳା ଙ୍କୁ ନେତୃତ୍ୱ ଦେଇ ଭୋଟ ବ୍ୟାଙ୍କ କୁ ନିଜ ଅଧୀନ ରେ ରଖିବାକୁ ସଫଳ ପ୍ରୟାସ ଆରମ୍ଭ କରିଛି ଦଳ ।
ତେବେ ବର୍ତ୍ତମାନ ବିଜେଡି ଦଳ ସୁଜାତା ଙ୍କ ନାମ କୁ ଉତ୍ତରାଧିକାରୀ ଭାବେ ପରୋକ୍ଷ ରେ ଘୋଷଣା କରିଛି । ତେବେ ସୁଜାତା ଙ୍କୁ କିଏ ଗ୍ରହଣ କରୁଛନ୍ତି ଏବଂ କିଏ ପ୍ରତିକ୍ରିୟା ଶିଳ ହେଉଛନ୍ତି ,ତାହା ଆଗକୁ ଦେଖା ଯିବ । ଏଥିପାଇଁ ମଧ୍ୟ ଅନେକ ମହଲ ରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏକ କୋଟି ସଦସ୍ୟ ବିଶିଷ୍ଟ ଦଳ ଏବଂ ଚାରି କୋଟି ଓଡ଼ିଆ ଙ୍କ ଦ୍ଵାରା କିଭଳି ସୁଜାତା ଗ୍ରହଣୀୟ ହେଉଛନ୍ତି ,ତାହା ସମୟ କହିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।