ବିଜେଡିକୁ ମିଳିଲା ଉତ୍ତରାଧିକାରୀ,ନବୀନଙ୍କ ସ୍ଥାନ ନେବେ ଓଡ଼ିଆ ଝିଅ ! ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିଜେଡିକୁ ମିଳିଲା ଉତ୍ତରାଧିକାରୀ,ନବୀନଙ୍କ ସ୍ଥାନ ନେବେ ଓଡ଼ିଆ ଝିଅ!ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡିଶାରେ ସବୁବେଳେ  ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି। ରାଜନୀତିରେ ବିରୋଧୀ ଦଳ ମାନେ ପରସ୍ପରକୁ ନିଚ୍ଚା ଦେଖାଇବା ପାଇଁ ସବୁବେଳେ ଚେଷ୍ଟାରେ ଥାଆନ୍ତି।

 

ନବୀନ ପଟ୍ଟନାୟକ ହେଉଛନ୍ତି  ଓଡ଼ିଶା ରାଜ୍ୟ ର ଅପ୍ରତିଦ୍ଵନ୍ଦୀ  ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତି ରେ ତାଙ୍କ ସହ ନିର୍ବାଚନ ରେ ଲଢ଼ିବାକୁ ପ୍ରତିଦ୍ବନ୍ଦୀ ମଧ୍ୟ ନାହାନ୍ତି । ସବୁ ଓଡ଼ିଆ ଙ୍କ ମନ ରେ ରାଜ କରୁ ଥିବା ଏକ ମାତ୍ର ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ୧୪ ତମ ମୁଖ୍ୟମନ୍ତ୍ରୀ ହିସାବ ରେ କାର୍ଯ୍ୟରତ ଅଛନ୍ତି । ସେ ଦେଶବାସୀ ଙ୍କ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି । ଗରିବ ଙ୍କ ଘରେ ଅନେକ ସୁବିଧା ଯୋଗାଇ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ତଥା ବିଜେଡି ସୁପ୍ରିମୋ କିଏ ହେବ, ତାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଶେଷରେ ହଟିଛି ପରଦା ।

 

ନବୀନଙ୍କ ଉତ୍ତରାଧିକାରୀ ଭାବେ ଜଣେ ଓଡ଼ିଆ ଝିଅ ହିଁ ବିଜେଡିର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆଯାଇଛି।ସୂଚନା ଅନୁସାରେ, ଏପ୍ରିଲ ୨୨ତାରିଖରେ ବିଜେଡି ନିଜର ମୁଖପାତ୍ର ଓ ପ୍ୟାନେଲିଷ୍ଟମାନଙ୍କର ଏକ ବୈଠକ ଡାକି ପଂଚାୟତ ଓ ପୌର ନିର୍ବାଚନରେ ଦଳର ସଫଳତାର ଉତ୍ସବ ମନାଇଥିଲା । ବୈଠକରେ ପ୍ରାୟ ୪୦ରୁ ୫୦ଜଣ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସାମିଲ ହୋଇଥିଲେ । 

 

ନବୀନ ପଟ୍ଟନାୟକ ଅବା ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ନୁହଁନ୍ତି ବରଂ  ଓଡ଼ିଆ ଝିଅ ସୁଜାତା ରାଉତ ହିଁ ବିଜେଡି ଓ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ ଖୋଲାଖୋଲି ଘୋଷଣା କରିଥିଲେ ।ଦଳର ‘ତୁଣ୍ଡ’ମାନେ ଆଶ୍ଚର୍ଯ୍ୟ ହୋଇଗଲେ, ସେତେବେଳେ ଦଳର ଉତ୍ତରାଧିକାରୀଙ୍କ ନାମକୁ ଏଭଳି ଏକ ବୈଠକରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଘୋଷଣା କରିଲେ। ଏଥି ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜେଡିର ପରାମର୍ଶଦାତା ଏହି ବୈଠକରେ ସାମିଲ ହୋଇ ଉକ୍ତ ଘୋଷଣା ଉପରେ ପରୋକ୍ଷରେ ମୋହର ଲଗାଇଥିବା ସୂଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *