ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ ପାଇଁ ଏହି ୭ ଟି ଜିଲ୍ଲା ପାଇଁ ଜାରି ହେଲା ୟୋଲୋ ୱାର୍ଣିଂ – ଜାଣନ୍ତୁ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବଢିବାରେ ଲାଗିଛି । ରାଜ୍ୟ ରେ ବର୍ତ୍ତମାନ ଭୀଷଣ ଗରମ ଅନୁଭୂତ ହେଉଛି । ତେବେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବର୍ତ୍ତମାନ ରାଜ୍ୟ ର ସାତ ଗୋଟି ଜିଲ୍ଲା ମାନଙ୍କ ପାଇଁ ଜାରି ହୋଇଛି ୟେଲୋ ୱାର୍ଣିଂ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଖରା ଗରମ କୁ ଆଖି ରେ ରଖି କେଉଁ ସବୁ ଜିଲ୍ଲା ମାନଙ୍କ ପାଇଁ ୟେଲୋ ୱାର୍ଣିଂ ଜାରି କରା ଯାଇଛି ଏବଂ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା ।

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ର ୭ ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣିଂ । ସୂଚନା ମୁତାବକ , ଆଗାମୀ ଦିନ ରେ ଅଭ୍ୟନ୍ତରୀଣ ଓଡିଶାରେ ତାତି ଆହୁରି ଅଧିକ ବୃଦ୍ଧି ପାଇ ପାରେ । ଆଗାମୀ ୫ ଦିନ ରାଜ୍ୟ ରେ ଟାଣ ଖରା ହେବା ସହ ଭୀଷଣ ଗରମ ଅନୁଭୂତ ହୋଇପାରେ ।

ଆସନ୍ତା ୩୦ ତାରିଖ ଯାଏଁ ୭ ଟି ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ଜାରି । ଗତ ମଙ୍ଗଳ ବାର ଦିନ ବୌଦ୍ଧ ଜିଲ୍ଲା ଥିଲା ରାଜ୍ୟ ର ସବୁଠୁ ଉତ୍ତପ୍ତ ସହର । ବୌଦ୍ଧ ରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରା ଯାଇଥିଲା । ରାଜ୍ୟ ର ୯ ଟି ସ୍ଥାନ ର ତାପମାତ୍ରା ୪୩ ଡିଗ୍ରୀ ପାର କରିଥିଲା । ସେହିପରି ୪୨ ଡିଗ୍ରୀ ଉପରେ ୧୪ ଟି ସହର ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ୨୨ ଟି ସହର ର ତାପମତ୍ରା ରେକର୍ଡ କରାଯାଇଥିଲା ।

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ର ୭ ଟି ଜିଲ୍ଲା ପାଇଁ ଜାରି ହୋଇଛି ୟୋଲୋ ୱାର୍ଣିଂ । ସେହି ଜିଲ୍ଲା ଗୁଡ଼ିକ ହେଉଛନ୍ତି ଝାରସୁଗୁଡ଼ା , ସମ୍ବଲପୁର , ବଲାଙ୍ଗୀର ,ସୋନପୁର ,ଅନୁଗୁଳ ,ଦେବଗଡ଼ ଓ ସୁନ୍ଦରଗଡ଼ । ତେବେ ପାଣିପାଗ ବିଭାଗ ବର୍ତ୍ତମାନ ଏହି ସବୁ ଜିଲ୍ଲା ମାନଙ୍କ ପାଇଁ ୟୋଲୋ ୱାର୍ଣିଂ ଜାରି କରିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published.