ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଣି ଉଜାଡ଼ିବ ବାତ୍ୟା,ବଙ୍ଗୋପସାଗରରେ ବସା ବାନ୍ଧିଛି ଆଉ ଏକ ବାତ୍ୟା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି କରୋନା ମହାମାରୀ ସମୟରେ ଯେଉଁ ପ୍ରାକୃତିକ ବି-ପ-ର୍ଯ୍ୟ-ୟ ସବୁ ଆସୁଛି, ତାହା ଲୋକ ମାନଙ୍କୁ ତଥା ସରକାର ମାନଙ୍କର ମଧ୍ୟ ଚିନ୍ତାର କାରଣ ହେଉଛି। ଏବେ ମଧ୍ୟ ବଙ୍ଗୋପସାଗରରେ ଏକ ବାତ୍ୟା ବସା ବାନ୍ଧିଛି, ଯାହାକି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ରେ ସ୍ଥଳଭାଗ ଛୁଇଁଛି।ତେବେ ଆସନ୍ତୁ ଜାଣିବା ଏହି ବାତ୍ୟା ସମ୍ପର୍କରେ।
ବଙ୍ଗୋପସାଗର ହେଉଛି ବାତ୍ୟା ମାନଙ୍କର ଉତ୍ପତ୍ତିସ୍ଥଳ, ତେବେ ପ୍ରତିବର୍ଷ ଅକ୍ଟୋବର ମାସ ହେବା ମାତ୍ରେ ହିଁ ଉପକୂଳବର୍ତ୍ତୀ ଲୋକମାନେ ଭ-ୟ-ଭୀ-ତ ହୋଇ ଯାଉଛନ୍ତି। କାରଣ ପ୍ରତିବର୍ଷ ଆସୁଥିବା ବାତ୍ୟା ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଉଛି, ପ୍ରତିବର୍ଷ ସେମାନେ ଏହି ବାତ୍ୟା ଯୋଗୁଁ ନିଜର ଧନ ସମ୍ପତ୍ତି ହରାଉଛନ୍ତି।
କିଛି ଘଣ୍ଟା ପାଇଁ ଆସୁଥିବା ଏହି ବାତ୍ୟା ନିଜର ତାଣ୍ଡବ ରଚିଯାଉଛି ଆଉ ଲୋକମାନଙ୍କର ଧଳଜୀବନକୁ ନଷ୍ଟ କରିଦେଇ ଯାଉଛି। ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟ ହେଉଥିବା ବାତ୍ୟା ଗୁଡିକୁ କେତେବେଳେ ଓଡିଶା ସମ୍ମୁଖୀନ କରୁଛି ତ ଆଉ କେତେବେଳେ ଆନ୍ଧ୍ରପ୍ରଦେଶ। ଏବେ ଏକ ବାତ୍ୟା ଗୁଲାବ ବଙ୍ଗୋପସାଗରରେ ସୃଷ୍ଟି ହୋଇ ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କଳିଙ୍କପଟ୍ଟନମ୍ ଠାରେ ସ୍ଥଳଭାଗ ଛୁଇଁଥିଲା, ତେବେ ଏହା ପ୍ରଭାବରେ ଓଡିଶାରେ କିଛି ବି କ୍ଷ-ୟ-କ୍ଷ-ତି ହୋଇନଥିଲା, ପାଣିପାଗ ବିଭାଗ କ୍ଷ-ୟ-କ୍ଷ-ତି କୁ ନେଇ ଆକଳନ କରିଥିଲେ ହେଲେ କିଛି ବି ଓଡିଶାରେ ହୋଇନଥିଲା।
ଏହି ଗୁଲାବ ଦ୍ୱାରା ସିନା ଓଡିଶାର କିଛି କ୍ଷ-ୟ-କ୍ଷ-ତି ହୋଇନଥିଲା ହେଲେ ପୁଣି ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ତିନିଦିନ ପରେ ୧୮ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ, ଯଦି ଏହା ଗଭୀର ଅବପାତରେ ପରିଣତ ହୁଏ ତେବେ ତାହା ବାତ୍ୟାର ରୂପ ନେଇପାରେ। ଅକ୍ଟୋବର ମାସରେ ଓଡିଶା ବେଶୀ ବାତ୍ୟା ମାନଙ୍କର ସମ୍ମୁଖୀନ ହେଇଥିବାରୁ ଏହି ଲଘୁଚାପ କେଉଁ ରୂପ ନେବ ତାହା ଆସନ୍ତା ୮ତାରିଖ ବେଳକୁ ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଏହା ପ୍ରଭାବରେ ଆସନ୍ତା ୭ତାରିଖ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ସେହିପରି ୬ତାରିଖରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କୁହାଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।