ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଲ୍ଲୀ ପରେ ଓଡ଼ିଶାରେ ମଧ୍ୟ ଲାଗୁହେବ କେଜ୍ରିୱାଲଙ୍କ ମାଗଣା ବିଜୁଳି ବଣ୍ଟନ ସୁବିଧା । ରାଜ୍ୟରେ ମଧ୍ୟ ମିଳିବ ୨୦୦ ୟୁନିଟ୍ ମାଗଣା ବିଜୁଳି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଦିଲ୍ଲୀ ସରକାର ଦିଲ୍ଲୀ ଲୋକ ମାନଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଉଛନ୍ତି ଏବଂ ଏହା ପରେ ପରେ ଏବେ ପଞ୍ଜାବ ସରକାର ମଧ୍ୟ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଉ ଛନ୍ତି । ଆଉ ଏଥିପାଇଁ ବର୍ତ୍ତମାନ ଓଡ଼ିଶା ରେ ଅନୁରୂପ ଦାବି ଜୋର୍ ଧରିଛି ।ଅନ୍ୟ ପଟେ ରାଜ୍ୟ ରେ ଘନ ଘନ ବିଦ୍ୟୁତ୍ କାଟ ହେଉଥିବାରୁ ଲୋକ ମାନଂକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ରାଜ୍ୟ ସରକାର ୨୦୧୫ ମସିହାରେ ପାଖାପାଖି ୧୫୬୩ କିଲୋ୍ୱଟ ବିଦୁତ ଉତ୍ପାଦନ କରୁଥିବା ବେଳେ ଏବେ ଏହା ବୃଦ୍ଧି ଘଟି ପାଖାପାଖି ୨୫୦୦ ମେଗାୱାର୍ଟରେ ପହଞ୍ଚିଲାଣି । ବର୍ତ୍ତମାନ ସମୟ ରେ ରାଜ୍ୟ ର ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଏହା ପ୍ରଶ୍ନ କରିଛନ୍ତି କି , ଆମ ରାଜ୍ୟ ରୁ ବିଦ୍ୟୁତ୍ ଅନ୍ୟ ରାଜ୍ୟ କୁ ବିକ୍ରି ହେଉଥିବା ବେଳେ ଆମ ରାଜ୍ୟରେ କାହିଁକି ୨୦୦ ୟୁନିଟ ପର୍ଯନ୍ତ ମାଗଣା ବିଦୁତ ଯୋଗାଣ ହେଉ ନାହିଁ ।
ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ଯେ , ଆସନ୍ତା ଜୁନ ୧୦ ରେ ରାଜ୍ୟରେ ଆପ କରିବ ବିଶାଳ ବିଜୁଳି ଆନ୍ଦୋଳନ ।ଆମ୍ ଆଦମୀ ପାର୍ଟି ତରଫରୁ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ସିଂ କାଡିଆନ୍ ନିକଟରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଓଡ଼ିଶାରେ କାମ ଆରମ୍ଭ କରିଛନ୍ତି।
୨୦୦ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ରାଜ୍ୟରେ ସମସ୍ତଙ୍କୁ ମିଳିବା ଦରକାର ବୋଲି ରାଜ୍ୟ ରେ ଆପ ର ମୁଖ୍ୟ ପ୍ରବକ୍ତା ରଙ୍ଗାଚାରଣ ପ୍ରଧାନ ସମସ୍ତଙ୍କୁ ଏହା ବୁଝାଇଥିଲେ । ଆମ ଓଡ଼ିଶାରେ ୧୧ ଭାଗ ପାଣି ଏବଂ ୨୬ ଭାଗ କୋଇଲା ଅଛି, ଏଥିପାଇଁ ମଧ୍ୟ ଓଡ଼ିଶା ବହୁତ୍ ପରିମାଣ ରେ ବିଜୁଳି ଉତ୍ପାଦନ ହୋଇଥାଏ ।
କିନ୍ତୁ ଦୁଃଖର କଥା ଏହା ଯେ ଦୀର୍ଘ ଦିନ ଧରି ଦାବି ହେବା ସତ୍ୱେ ମଧ୍ୟ ସରକାର ଏପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ପାରିଲେ ନାହିଁ । ଆମ୍ ଆଦମୀ ପାର୍ଟିର ଏହି ମାଗଣା ବିଜୁଳି ବଣ୍ଟନ ଅଭିଯାନକୁ ଗ୍ରାମାଞ୍ଚଳ ସହ ସହରାଞ୍ଚଳରୁ ବହୁତ୍ ସମର୍ଥନ ମିଳିଛି । ଯାହା ଜଣା ପଡ଼ୁଛି, ଆଗାମୀ ୨୦୨୪ ନିର୍ବାଚନରେ ଏହି ମାଗଣା ବିଜୁଳି ବଣ୍ଟନ ଏକ ମୁଖ୍ୟ ପ୍ରସଙ୍ଗ ଭାବରେ ଉଭା ହେବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।