ଫୁଣି ବଦଳିଲା ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି | ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଲେ ସୂଚନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜ୍ୟ ସରକାରଙ୍କ ଏକ ବଡ଼ ନିଷ୍ପତି । ଆସନ୍ତା ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀମାନେ ସକାଳେ ସ୍କୁଲ ଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହା ଭିତରେ ସ୍କୁଲ ଗୁଡିକରେ ଖରାଛୁଟି ଘୋଷଣା ହୋଇଛି । ଏନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ଖରା ଛୁଟି ସମୟ ପରିବର୍ତ୍ତନ କରିବାକୁ ବିଚାର କରାଯାଇନି । ବିଚାର ବିଭାଗରେ ବିଚାର କରାଯାଇ ଯାହା ନିଷ୍ପତ୍ତି ନିଆଯିବ ।ଏବେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । 

 

ପାଠ ପଢାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବର୍ତ୍ତମାନ କରୋନାର ଏତେଟା ପ୍ରଭାବ ନାହିଁ । ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୌଣସି ପ୍ରଭାବ ପଡ଼ିବନି । ଯେଉଁ ସମୟରେ ଧାର୍ଯ୍ୟ ହୋଇଛି ସେହି ସମୟରେ ହିଁ ହେବ । ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ । ଯେଉଁଥିରେ ୨ବର୍ଷର ପୁରୁଣା ପାଠ ରହିବ । ମେ ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା କ୍ଷତି ଭରଣ କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ହୋଇଛି । ଏହା କେବଳ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ ପଢାଯିବନି ପୁରା ସେସନରେ ପଢାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ତେବେ ମିଳିଥିବା ବିଶେଷ ସୂତ୍ର ଅନୁସାରେ ବଦଳିଛି ଖରା ଛୁଟି ନିଷ୍ପତି I ବିଭିନ୍ନ ସ୍ଥାନରେ ଅଭିଭାବକ ଙ୍କ ଆପତ୍ତି ପରେ ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ଦାବି ହେଇଥିଲା ।ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀମାନେ ସକାଳେ ସ୍କୁଲ ଯିବେ । ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ହେବା ସହ ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସ କରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ଆଗକୁ ଖରା ବଢିଲେ ପରିସ୍ଥିତି ଦେଖି ବିଭାଗ ଚିନ୍ତା କରି ନିଷ୍ପତ୍ତି ନେବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.