ଏବେ ଆସିଲା ବାତ୍ୟା ର ସ୍ପଷ୍ଟ ଚିତ୍ର | ସମୁଦ୍ର ଭିତରେ ଆଶାନୀ ଏମିତି କରୁଛି ତାଣ୍ଡବ | ଦେଖନ୍ତୁ Satelite Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବାତ୍ୟା ଆଶଙ୍କା ! ବର୍ତ୍ତମାନ ଆଣ୍ଡାମାନ ସାଗର ରେ ହଲଚଲ ସୃଷ୍ଟି ହୋଇଛି ,ଏ ନେଇ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ରୁ କେଉଁ ସୂଚନା ମିଳିଛି ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ଏକ ବଡ଼ ଖବର । ସାଟେଲାଇଟ ଫଟୋ ରୁ ଏହା ଜଣା ପଡୁଛି ଯେ ,ସମୁଦ୍ର ଭିତରେ କିଭଳି ହଲଚଲ ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗର ବର୍ତ୍ତମାନ ଅଶାନ୍ତ ହୋଇ ପଡ଼ିଛି । ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୁଚନା ଅନୁସାରେ ,ଏହାର ପ୍ରଭାବ ରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ ତାରିଖ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

ଦକ୍ଷିଣ ଆଣ୍ଡାମାନ ସାଗର ରେ ୪ ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଟି ଅଧିକ ଘନୀଭୂତ ହେବ କିନ୍ତୁ ତାହା ଝଡ ର ରୂପ ନେବ କି ନାହିଁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆକଳନ କରା ଯାଇନାହିଁ ।

 

ଗତ କିଛି ବର୍ଷ ହେବ ଲଗାତାର ଭାବେ ମେ ମାସ ରେ ବାତ୍ୟା ହେଉଛି । ସାମ୍ଭାବ୍ୟ ବାତ୍ୟା କୁ ନେଇ ପୂର୍ବାନୁମାନ କରିଛି ବିଦେଶୀ ପାଣିପାଗ ସଂସ୍ଥା । ବିଦେଶୀ ପାଣିପାଗ ବିଭାଗ ର ଆକଳନ ଅନୁସାରେ ଆସନ୍ତା ୧୦ ତାରିଖ ରେ ସୁନ୍ଦରବନ ନିକଟସ୍ଥ ଗଙ୍ଗା ସାଗରରେ ସ୍ଥଳଭାଗ ଛୁଇଁ ପାରେ ବାତ୍ୟା । ବାଲେଶ୍ଵର ସମେତ ଓଡ଼ିଶା ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ଏହି ସାମ୍ଭାବ୍ୟ ବାତ୍ୟା କୁ ନେଇ ଭାରତୀୟ ପାଣିପାଗ ବିଭାଗ ତରଫ ରୁ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.