ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଘରେ ହେବ ଧନର ବର୍ଷା

 

ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଏକ ପବିତ୍ର ଦିନ । ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଏହିଦିନ ବିଲରେ ଅଖୀ ମୁଠି ବୁଣାଯାଏ । ଚାଷୀ ମାନଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ । ତେଣୁକରି ଏହିଦିନ ପୂର୍ଣ୍ଣ ମନରେ ମା ଲକ୍ଷ୍ମୀ ଙ୍କୁ ଅଶ୍ରିବାଦ ପାଇଁ ପାର୍ଥନା କରିଥାନ୍ତି । ଏହିଦିନରେ ସମସ୍ତ କାମ ନୂଆ ଭାବେ ଆରମ୍ଭ କଲେ ତାହା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଅଛି ।

ଏହିଦିନରେ ମା ଲକ୍ଷ୍ମୀ ଧରା ପୃଷ୍ଠରେ ଅବତରଣ କରନ୍ତି । ଏବଂ ସମସ୍ତଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଆଶ୍ରିବାଦ ଦେଇଥାନ୍ତି । ଏହିଦିନ ଏମିତି କିଛି ବସ୍ତୁ ଥାଏ ଯାହାକୁ ଘରକୁ ଆଣିବା ଦ୍ଵାରା ଘରେ କେବେହେଲେ ଧନର ଅଭାବ ହୋଇନଥାଏ । ଏହିଦିନ ସମସ୍ତ ଚାଷୀ ପରିବାର ଙ୍କ ସମେତ ସମସ୍ତ ଓଡ଼ିଆ ପରିବାର ଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ।

ଏହିଦିନ ଯଦି ଚାଷୀ ଭାଇମାନେ ଚାଷରେ ଲାଗୁଥିବା ଉପକରଣ ଯଥା ହଳ,ଲଙ୍ଗଳ,ଜିନିଷ ଆଦି କିଣିବାକୁ ଚାହିଁବେ ତେବେ ଏହା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ତେଣୁକରି ଧ୍ୟାନ ଦେବେ ଯେ ଏହି ଦିନ ଲୁହା ଏବଂ ଅନ୍ୟାନ୍ୟ ଧାତୁ ଜିନିଷ କିଣିବା ଅତ୍ୟନ୍ତ ଶୁଭ । ଏହିଦିନ ଯଦି ଆପଣ ଚାହିଁବେ ତେବେ କିଛି ସୁନା କିଣି ମା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରିପାରିବେ ଯାହା ଦ୍ଵାରା ଆପଣ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ପାଇବେ ।

ଏହିଦିନ ଯଦି ଆପଣ ସୁନା କିମ୍ବା ରୂପାର ଲକ୍ଷ୍ମୀ ପାଦ ଘରକୁ ଆଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୁଏ । ଏହିଦିନ ଘରକୁ କଉଡ଼ି ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ନିୟମିତ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ସମୟରେ କଉଡ଼ି କୁ ମଧ୍ୟ ସ୍ନାନ କରାଇ ସିନ୍ଦୂର ହଳଦୀ ଲଗାଇ ମା ଲକ୍ଷ୍ମୀ ଙ୍କ ଆରାଧନା କରିବା ଉଚିତ୍ ।

ଏହିଦିନ ଏକମୁଖି ନଡ଼ିଆ ପାଇଲେ ନିହାତି ଭାବେ ଘରକୁ ଆଣନ୍ତୁ ଏହା ସେହିଦିନ ଠାକୁର ଘରେ ସ୍ଥାପନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଛଡା ସେହିଦିନ ଯଦି ଆପଣ ମା ଲକ୍ଷ୍ମୀଙ୍କର ପଦ୍ମ ଉପରେ ବସିଥିବା ପ୍ରତିମା କିଣି ଆଣି ଘରେ ସ୍ଥାପନ କରନ୍ତି ଏହାଦ୍ବାରା ଆପଣଙ୍କ ଘରେ କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖିବାକୁ ମିଳିବ ନାହିଁ ।

Leave a Reply

Your email address will not be published.