IMD ର ବଡ଼ ସୂଚନା | ରି କର୍ଭ ନେଲା ବାତ୍ୟା ଆଶାନୀ ! ଓଡ଼ିଶାର ଏହି ସବୁ ଜିଲ୍ଲାର ଲୋକ ଘରୁ ବାହାରିବା ମନା…

ବାତ୍ୟା ର ପରିବେଶ ସୃଷ୍ଟି ହୋଇଥିବା ବେଳେ ସମସ୍ତେ ଏହି ବାତ୍ୟାର ଆଗାମୀ ସୂଚନା ପାଇଁ ବ୍ୟସ୍ତ ହେଉଥିଲେ । ଆଗରୁ ଓଡ଼ିଶାରେ ବାତ୍ୟା ବିପଦ ଥିବାର ସୂଚନା କରାଯାଉ ଥିଲା । କିନ୍ତୁ ବର୍ତ୍ତମାନ ବାତ୍ୟା ଓଡ଼ିଶା ମୁଁ ନ ହୋଇ ଆନ୍ଧ୍ର ପ୍ରଦେଶ ମୁଁହା ହୋଇଛି । ସେଠାରେ ପରିସ୍ଥିତି ଆକଳନ କରାଯାଉ ଥିବା ବେଳେ ଓଡ଼ିଶାରେ ବିପଦ କମ ରହିଛି । ଓଡ଼ିଶାରେ କେବଳ ବର୍ଷା ଏବଂ ପବନ ହେବ କିନ୍ତୁ ଏହାର ଅତ୍ୟଧିକ ପ୍ରଭାବ ଦେଖା ଦେବ ନାହିଁ।

ଆଗରୁ ଓଡ଼ିଶାବାସୀ ଅନେକ ବାତ୍ୟାର ପରିସ୍ଥିତି ସାମ୍ନା କରିଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ବାତ୍ୟାକୁ ଆଉ ଡର ନାହିଁ । ମହା ବାତ୍ୟା , ଫଣି ବାତ୍ୟା, ହୁଡୁ ହୁଡୁ ପରି ଅନେକ ବାତ୍ୟାରେ ଅନେକ ଧନ ଜୀବନ କ୍ଷୟ କ୍ଷତି ଓଡ଼ିଶାରେ ଦେଖା ଦେଇଛି । ତେଣୁକରି ଓଡ଼ିଶା ବାସୀ ବାତ୍ୟା କଥା ଶୁଣିଲା ବେଳେ ନିଜକୁ ସେହି ସମୟ ପାଇଁ ପ୍ରସ୍ତୁତ କରିଛନ୍ତି । ତେଣୁକରି ବାତ୍ୟା କଥା ଶୁଣି ଆଉ ଏତେ ମାତ୍ରାରେ ଓଡ଼ିଶା ବାସୀ ଭୟଭିତ ନାହାନ୍ତି ।

ତେବେ ବାତ୍ୟାର ଆଗାମୀ ସୂଚନା ଅନୁଯାୟୀ ଏହା ସ୍ତଳଭାଗ କୁ ସ୍ପର୍ଶ କରିବ । ଏହା ବର୍ତ୍ତମାନ କାକିନାଡ଼ା ରେ ନିଜର କାୟା ବିସ୍ତାର କରିଛି । ଠିକ୍ ଏମିତି ଓଡ଼ିଶାରେ ପୁରୀ , ଖୋର୍ଦ୍ଧା , କଟକ , ଆଦି ଜିଲ୍ଲାରେ ବର୍ଷା ଲାଗି ରହିବା ସହ ପାଗ କୋହୋଲା ରହିବ । ବାତ୍ୟା ଆନ୍ଧ୍ରପ୍ରଦେଶ ରେ ସ୍ଥଳ ଭାଗ ସ୍ପର୍ଶ କରି ପୁଣି ପୁନ ବାର ଫେରିଯିବ ଏହା ସମୁଦ୍ର ଭିତରେ ଧିରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଆଶା କରା ଯାଉଛି । ଏହି ସମୟ ସୀମା ମଧ୍ୟରେ ମତ୍ସୀ ଯିବି ମାନଙ୍କୁ ପାଣି ଭିତରକୁ ଯିବା ମନା ହୋଇଛି ।

କାକିନାଡ଼ା ଏବଂ ବିଶାଖା ପାଟଣା ମଧ୍ୟରେ ଏହା ସ୍ତଳଭାଗ ସ୍ପର୍ଶ କରିବ । ଏହା ପରେ ଧିରେ ଧିରେ ଏହାର ଅବଧି ହ୍ରାସ ପାଇବ । ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ମଧ୍ୟ କୌଣସି କ୍ଷତି କରିବାର ବିଶେଷ ସୂଚନା ନାହିଁ । ଏହି ବାତ୍ୟାରେ ଆଗରୁ ଅନେକ କ୍ଷୟ ଖ୍ୟତି ହେବାର ଆକଳନ ହୋଇଥିଲା କିନ୍ତୁ ବର୍ତ୍ତମାନ ଏହା ବିପଦପୂର୍ଣ୍ଣ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

ଆଂଶିକ ପ୍ରଭାବ ଏହାର ଓଡ଼ିଶାରେ ଦେଖା ଦେବା ସହ ଅନେକ ସ୍ଥାନରେ ଲଘୁଚାପ ଅନୁଭୁତ ହେବ। ଅନେକ ସ୍ଥାନରେ ବର୍ଷା ଲାଗି ରହିବ । ସମୟ ସମୟରେ ଘଡ଼ଘଡି ସହ ବର୍ଷା ହେବାର ସୂଚନା ରହିଛି । ପୁରୀ , ଖୋର୍ଦ୍ଧା , କଟକ , ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ହେବାର ସମ୍ଭାବନା ରହିଛି । ବାତ୍ୟା ର ଆକଳନ ଅନେକ ଦିନ ଧରି ହୋଇଥିବା ବେଳେ ବର୍ତ୍ତମାନ ଏହାର ପୂର୍ଣ୍ଣ ଚିତ୍ର ଆପଣଙ୍କ ସାମ୍ନାରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published.