ବାତ୍ୟା ଆଶାନୀ ସମୁଦ୍ର ଭିତରେ ନେଲା ରି କର୍ଭ | ଓଡିଶା ର ଏହି ସବୁ ଜିଲ୍ଲାକୁ ବିପଦ ସଂକେତ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବାତ୍ୟା ଅସାନି କୁ ନେଇ ସାମ୍ନା କୁ ଆସିଛି ବଡ ଖବର ।ଭାରତୀୟ ଉପଗ୍ରହ ର ଏକ ଚିତ୍ର ରୁ ଏହା ଜଣା ପଡୁଛି ଯେ , ବାତ୍ୟା ଅସାନି ବଡ ଆକାରରେ ପ୍ରଭାବ ତିଆରି କରି ସମୁଦ୍ର ଭିତରେ ଗତି କରୁଛି । ଏହାର ଆକାର ଦେଖିଲେ ଏହା ଭ-ୟ-ଙ୍କ-ର ମନେ ହେଉଛି । କିନ୍ତୁ ଆଶ୍ୱସ୍ତିକର କଥା ଏହା ଯେ ଏହି ବାତ୍ୟା ଆଉ ଅଧିକ ଘନୀଭୂତ ହେଉ ନାହିଁ ବରଂ ଦୁର୍ବଳ ହେବାରେ ଲାଗିଛି ।

 

ଭାରତୀୟ ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରି କହିଛି ଯେ , ବାତ୍ୟା ଅସାନି ଆନ୍ଧ୍ରପ୍ରଦେଶ ର କାକିନାଡ଼ା ଓ ବିଶାଖାପାଟଣା ର ଉପକୂଳ ଆଡକୁ ମୁହାଁଇବ। ତାପରେ ଏହା ଉପକୂଳ କୁ ଛୁଇଁ ଦିଗ ବଦଳାଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରିବ । ବାତ୍ୟା ଅସାନି ଉପକୂଳ ସହ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତି କରିବ । 

 

ଓଡ଼ିଶା ଉପରେ ଏହି ବାତ୍ୟାର ବିଶେଷ ପ୍ରଭାବ ରହିବ ନାହିଁ । ଏହି ବାତ୍ୟା ପ୍ରଭାବ ରେ ରାଜ୍ୟ ରେ ବେଶୀ ପବନ ହେବ ନାହିଁ କିନ୍ତୁ ଅନେକ ଜିଲ୍ଳା ରେ ବର୍ଷା ହେବ । ଆସନ୍ତା ବୁଧବାର ସକାଳ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଝଡ଼ ରୁ ସାଇକ୍ଲୋନିକ ଝଡ଼ ରେ ପରିଣତ ହେବ ଅର୍ଥାତ ଏହା ଦୁର୍ବଳ ହୋଇଯିବ । ସୂଚନା ମୁତାବକ ବାତ୍ୟା ଅସାନି ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ କୁ ଛୁଇଁବା ପରେ ଏହା ଧୀରେ ଧୀରେ ରିକର୍ଭ କରିବା ଆରମ୍ଭ କରିବ ।

 

 ତେବେ ବାତ୍ୟା ଯେତେବେଳେ ସ୍ଥଳଭାଗ କୁ ପ୍ରବେଶ କରୁଥିବ ସେତେବେଳେ ପବନର ବେଗ ପାଖାପାଖି ୧୦୦ ରୁ ୧୧୦ କିମି ରହିବ । କିନ୍ତୁ ବାତ୍ୟା ରିକର୍ଭ କରିବା ବେଳକୁ ଦୁର୍ବଳ ହୋଇ ଯାଇଥିବ । ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରି ପୁନର୍ବାର ସମୁଦ୍ର ଭିତରକୁ ପ୍ରବେଶ କରିବ ଏବଂ ତାପରେ ଦିଗ ବଦଳାଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରିବ । ତେବେ ବର୍ତ୍ତମାନ ଆକଳନ ରୁ ଯାହା ଜଣା ,ଓଡ଼ିଶା ରେ ଆଉ ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.