ସରକାର ଙ୍କ ଆଉ ଏକ ବଡ଼ ନିଷ୍ପତ୍ତି | ଗାଡି ଚଳାଉଥିବା ଲୋକ ନିଶ୍ଚୟ ଜାଣନ୍ତୁ ଏହି ଖବର…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ଜାରି କଲେ ଏକ ନୂଆ ନିୟମ ।  ଆସନ୍ତା ଜୁଲାଇ ୧ ରୁ ବଦଳିଯିବ ଏହି ସବୁ ନିୟମ ।ଡ୍ରାଇଭିଂ ଲାଇସେନ୍ସକୁ ନେଇ ନୂଆ ନିୟମ ଲାଗୁ ହେବା ପରେ ସାଧାରଣ ଲୋକ ମାନେ ଏହା ଦ୍ଵାରା ଲାଭବାନ୍ ହେବେ । ଏହି ନୂଆ ନିୟମ ଲାଗୁ ହେବା ପରେ ଆଉ କାହାକୁ ଆରଟିଓ ଅଫିସ ଚକର କାଟିବାକୁ ପଡ଼ିବ ନାହିଁ।

 

ଦର୍ଶକ ବନ୍ଧୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପ୍ରକ୍ରିୟା କୁ କେନ୍ଦ୍ର ସରକାର ଅତି ସହଜ କରି ଦେଇଛନ୍ତି ।ଡ୍ରାଇଭିଂ ଲାଇସେନ୍ସ ସଂଶୋଧନ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାର ର ଟେଷ୍ଟ ଆରଟିଓରେ ଯାଇ ଦେବାକୁ ପଡ଼ିବ ନାହିଁ।କେନ୍ଦ୍ରୀୟ ସଡ଼କ ମନ୍ତ୍ରଣାଳୟ ଓ ହାଇୱେ ଆଥରିଟି ପକ୍ଷରୁ ଏହି ନିୟମକୁ ଆସନ୍ତା ୧ ଜୁଲାଇରୁ ଲାଗୁ କରାଯିବ।

 

ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ଆଉ ଆରଟିଓ କୁ ଯାଇ ଟେଷ୍ଟ ଦେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ତେବେ ଡ୍ରାଇଭିଂ ଲାଇସେନ୍ସ ବାହାର ପାଇଁ ଆପଣ କୌଣସି ବି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ବା ଟ୍ରେନିଂ ସଂସ୍ଥାରେ ନାମ ଲେଖାଇ ସେଠାରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ଟେଷ୍ଟ ରେ ପାସ୍ କରିବାକୁ ହେବ ।

 

ତେବେ ସେହି ଟେଷ୍ଟ ରେ ପାସ କରିବା ପରେ ଆପଣଙ୍କୁ ଏକ ସାର୍ଟିଫିକେଟ ଦିଆଯିବ ଏବଂ ଏହାକୁ ଆଧାର କରି ଆପଣ ଡ୍ରାଇଭିଂ ଲାଇସେନ୍ସ ବାହାର କରି ପାରିବେ । ତେବେ ସେହି ଟ୍ରେନିଂ ରେ ଉଭୟ ଥିଓରୀ ଓ ପ୍ରାକଟିକାଲ ରହିବ । ତେବେ ଲାଇଟ ମୋଟର ଭେଇକିଲ ପାଇଁ ୪ ସପ୍ତାହ ର ଏକ କୋର୍ସର ରହିବ ।

 

ଯେଉଁଥିରେ କି ୨୧ ଘଣ୍ଟାର ର ପ୍ରାକଟିକାଲ ରହିବ ଏବଂ ୮ ଘଣ୍ଟା ଥିଓରୀ ପଢ଼ାଜିବ । ତେବେ ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ଙ୍କ ତରଫରୁ ଏହି ନୂଆ ନିୟମ ଜାରି କରା ଯାଇଛି ।ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଟ୍ରେନିଂ ପାଇଁ କିଛି ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.