ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟି-୨୦ ବିଶ୍ୱକପ୍ କୁ ନେଇ ଆସିଲା ଭବିଷ୍ୟବାଣୀ, ଦ୍ରୁତ ବୋଲର୍ ବ୍ରେଟ ଲି କରିଲେ ଭବିଷ୍ୟବାଣୀ, କହିଲେ ଏହି ଟିମ୍ ଜିତିବ ନିଶ୍ଚିତ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର ସଟ୍ ମାରୁଥିବା ଖେଳାଳି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ।
ତେବେ ସବୁ ଖେଳାଳି ମାନଙ୍କୁ ନେଇ ଲୋକଙ୍କ ମାନଙ୍କ ମନରେ ଏକ ପ୍ରକାର ଅଲଗା ହିଁ ସ୍ଥାନ ରହିଛି, କାରଣ ସବୁ ଖେଳାଳି ମାନଙ୍କୁ ଆମ ଇଣ୍ଡିଆ ଟିମ୍ ଗଠିତ, ଆଉ ସେହି ଟିମ୍ ରେ ଥିବା ପ୍ରତ୍ୟେକଟି ଖେଳାଳିଙ୍କର କିଛି ନା କିଛି ଅବଦାନ ନିଶ୍ଚିତ ଥାଏ ମେଚ୍ ର ହାର ଜିତ୍ ପଛରେ। ହେଲେ ଯେତେବେଳେ ଦେଶରେ ଆଇପିଏଲ୍ ଆରମ୍ଭ ହୁଏ, ତାର ତ ଆଉ ଏକ ଅଲଗା ହିଁ ଜୋସ୍ ଥାଏ ଲୋକ ମାନଙ୍କ ମନରେ। ଲୋକମାନେ ଏହି ଆଇପିଏଲ୍ ପାଇଁ ନିଜର ପ୍ରିୟ ଖେଳାଳି ପାଇଁ ନିଜ ନିଜ ମଧ୍ୟରେ କଳି ଝଗଡା ମଧ୍ୟ ଲାଗି ଯାଆନ୍ତି। ତେବେ ଏବେ ଆମ ଦେଶରେ ଆଇପିଏଲ୍ ର ସିଜିନ୍ ସରିଥିବା ବେଳେ ଲୋକମାନେ ମଧ୍ୟ ଟିକେ ଥମି ଯାଇଥିଲେ, ହେଲେ ଏବେ ସାରା ବିଶ୍ୱରେ ଲୋକଙ୍କ ମନରେ ଏକ ପ୍ରକାରର ଜୋସ୍ ଆସିଗଲାଣି, କାହିଁକି ନା ଆରମ୍ଭ ହୋଇ ସାରିଛି ଏହି ବର୍ଷର ଟିଟ୍ୱେଣ୍ଟି ବିଶ୍ୱକପ୍, ଆଉ ଲୋକଙ୍କର ନଜର କେଉଁ ଦେଶ ଏହି ବିଶ୍ୱ ବିଜେତାର ଖାତାକୁ ନିଜ ନାମରେ କରିବ।
ଲୋକମାନେ ସମସ୍ତେ ୱାଲ୍ଡକପ୍ ଦେଖିବା ପାଇଁ ପୂରା ବ୍ୟସ୍ତ। ତେବେ ଏହା ମଧ୍ୟରେ ବିଶ୍ୱକପ୍ କୁ ନେଇ ବ୍ରେଟ୍ ଲି ଭବିଷ୍ୟବାଣୀ କରିଛନ୍ତି, ସିଏ ଆଗରୁ କ୍ରିକେଟରେ ଜଣେ ଦ୍ରୁତ ବୋଲର୍ ମଧ୍ୟ ରହି ସାରିଛନ୍ତି। ବ୍ରେଟ ଲି କହିଛନ୍ତି କି,ଟି-୨୦ ୱାର୍ଲଡ କପ୍ରେ ଅଷ୍ଟ୍ରେଲିଆ ସହ ଭାରତ ଟାଇଟଲ ଜିତିବାର ଦାବିଦାର ଅଛି । ସେ ଏହା ସହ କହିଛନ୍ତି କି ଅଷ୍ଟ୍ରେଲିଆ ନିଜର ପ୍ରଥମ ଟି-୨୦ ୱାର୍ଲଡ କପ୍ ଟାଇଟଲ ଜତିବାରେ ସଫଳ ରହିବ।ସେପଟେ ଅଷ୍ଟ୍ରେଲିଆ ଟିମ୍ ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନର ଆରମ୍ଭ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ସୁପର ୧୨ ମୁକାବିଲାର କରିବ।
ବ୍ରେଟ ଲି ଡେଭିଡ୍ ୱାର୍ଣ୍ଣର୍ ଙ୍କୁ ନେଇ ଆଶାୟୀ ଅଛନ୍ତି କି ଅଷ୍ଟ୍ରେଲିଆ ଏହି ବିଶ୍ୱକପ୍ କୁ ହାତେଇବ ବୋଲି। କାରଣ ଏହି ଓପନର ବ୍ୟାଟ୍ସମ୍ୟାନ୍ ଉଚ୍ଚ ସ୍ତରର ଖେଳାଳି ଏବଂ ଟି-୨୦ ବିଶ୍ୱ କପ୍ରେ ଅଷ୍ଟ୍ରେଲିଆର ସଫଳତାରେ ତାଙ୍କର ଭୂମିକା ପ୍ରମୁଖ ହେବ। ସେ ଆହୁରି ମଧ୍ୟ କହିଛନ୍ତି କି ଟିମ୍ ଏବେ ଯେଉଁ ଫର୍ମାଟ୍ ରେ ଅଛି ସେଥିରେ ଆମକୁ ବହୁତ ସଫଳତା ମିଳିନାହିଁ, ଏବେ ସମୟ ଆସିଛି କି ଆମେ ଏଥିରେ ପରିବର୍ତ୍ତନ କରିବା ଏବଂ ଆମ ପାଖରେ ଏମିତି ଟିମ୍ ଅଛି ଯିଏ ଟାଇଟମର ବିଜେତା ହୋଇ ପାରିବେ। ହେଲେ ବ୍ରେଟ ଲି ଙ୍କର ଏହି କଥା ସେତେ ସହଜ ହେବାର ମନେହେଉ ନାହିଁ । କାରଣ ଦେଖିବାକୁ ଗଲେ ଇଂଲଣ୍ଡ , ଭାରତ ଓ ନ୍ୟୁଜିଲାଣ୍ଡର ଦଳ ବହୁତ ମଜବୁତ ଅଛନ୍ତି । ହେଲେ ଅଷ୍ଟ୍ରେଲିଆ ଦଳ ପ୍ରତିଭାରେ ଭରିଛି ଓ ମୋ ନଜରରେ ଡେଭିଡ୍ ୱାର୍ନର ମୁଖ୍ୟ ଭୂମିକା ନିଭାଇବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।