ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ମାଡ଼ିଆସୁଛି ଅନ୍ୟ ଏକ ଭ-ୟ-ଙ୍କ-ର ବାତ୍ୟା । କେବେ ମାଡ଼ ହେବ, କେଉଁଠି ମାଡ଼ ହେବ, ଓଡ଼ିଶା ରେ ମାଡ଼ ହେବ କି ନାହି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରାକୃତିକ ବି-ପ-ର୍ଯ୍ୟ-ୟ ର ସ୍ଥଳ, ରାଜ୍ୟ ଓଡ଼ିଶା ସବୁ ବର୍ଷ କିଛି ନ କିଛି ବନ୍ୟା ବାତ୍ୟା ର ସ୍ବୀକାର ହୋଇଥାଏ । ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ନ ଯାଉଣୁ ଅନ୍ୟ ଏକ ଲଘୁଚାପ ର ପ୍ରଭାଵ ଆରମ୍ଭ ହୋଇଯାଇଥାଏ । ନିକଟରେ ପୁଣି ଏକ ଲଘୁଚାପ ର ପାଣି ପାଗ ତରଫରୁ ସୂଚନା ମିଳିଛି । ଏହି ଲଘୁଚାପ ଟି ଅକ୍ଟୋବର ମାସ ର ୨୯ ତାରିଖ ସୁଦ୍ଧା ସୃଷ୍ଟି ହେବାର ଅନୁମାନ କରାଯାଇଛି ଏବଂ ଏକ ଭୟଙ୍କର ବାତ୍ୟା ର ରୁପ ନେବା ର ଅନୁମାନ ହୋଇଛି । ଓଡ଼ିଶା ରେ ଏହି ବାତ୍ୟା କେବେ ଆରମ୍ଭ ହେବ, ବାତ୍ୟା ର ପ୍ରଭାବ ଓଡ଼ିଶା ଉପରେ କେତେ ରହିପାରେ, କେଉଁ ସବୁ ଜିଲ୍ଲା ମାନଙ୍କ ରେ ସ-ତ-ର୍କ ସୂଚନା ଦିଆଯାଇଛି ଆସନ୍ତୁ ଜାଣିବା ।
ନିକଟରେ ପଶ୍ଚିମବଙ୍ଗ ର ଗଙ୍ଗୀୟ ତ୍ରିକୋଣ ଭୂମି ଅଞ୍ଚଳ ରେ ଗତ ଶନିବାର ୧୬ ଅକ୍ଟୋବର ରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଯାଏଁ ମଧ୍ୟ ବିହାର ରାଜ୍ୟ ରେ ସକ୍ରିୟ ରହିଛି । ୧.୫ କିଲୋମିଟର ଗତିରେ ଏହି ଲଘୁଚାପ ବାୟୁମଣ୍ଡଳ ରେ ସକ୍ରିୟ ରହିଛି । ଲଘୁଚାପ ଯୋଗୁ ଗତ ବୁଧବାର ଦିନ ଆମ ଓଡ଼ିଶା ରାଜ୍ୟ ରେ ଏକାଧିକ ଜିଲ୍ଲା ରେ ସ୍ଵାଭାବିକ ବର୍ଷା ର ରେକର୍ଡ କରାଯାଇଛି । ରାଜ୍ୟ ର ମଧ୍ଯ ଦକ୍ଷିଣ ତଥା ଉପକୂଳବର୍ତ୍ତୀ କିଛି ଜିଲ୍ଲା ରେ ଆଜି ମଧ୍ୟ ମଧ୍ୟମ ଧରଣ ର ବର୍ଷା ର ଆ-ଶଂ-କା କରଯାଇଛି । ବିଶେଷ କରି ୬ଟି ଜିଲ୍ଲା ଯଥା ଜଗତସିଂହପୁର, ପୂରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ରେ ବର୍ଷା ର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ର କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର. ବିଶ୍ବାସ ଏହା ମଧ୍ୟ ରେ ଜଣାଇଛନ୍ତି ୨୩ ଅକ୍ଟୋବର ତାରିଖ ସୁଦ୍ଧା ରାଜ୍ୟ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ ।
ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ପୂର୍ବ ସୂଚନା ମୁତାବକ ରାଜ୍ୟ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପକ୍ରିୟା ଜାରି ରହିଛି । ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇ ଟି ଲଘୁଚାପ ଜନିତ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ରେ ବିଳମ୍ବ ଦେଖା ଯାଇଥିଲା । ଅକ୍ଟୋବର ୧୧ ରୁ ୧୫ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ର ୧୬ ଟି ଜିଲ୍ଲାରୁ ବିଦାୟ ନେଇଥିଲା । ପୁଣି ମୌସୁମୀ ଅପସାରଣ ପକ୍ଷ ରୁ ଅକ୍ଟୋବର ୨୩ ତାରିଖ ସୁଦ୍ଧା ରାଜ୍ୟ ର ସମସ୍ତ ଜିଲ୍ଲା ରୁ ମୌସୁମୀ ବାୟୁ ବିଦାୟ ନବାର ସୁଚନା ରହିଛି ।
ଅନ୍ୟ ପଟେ ଅକ୍ଟୋବର ମାସ ରେ ରାଜ୍ୟ ରେ ବର୍ଷା ର ପରିମାଣ ସ୍ବାଭାବିକ ରହିଛି ବୋଲି ପ୍ରକାଶ ପାଇଛି । ଗତ ୧ତାରିଖରୁ ୨୦ ତାରିଖ ମଧ୍ୟ ରେ ମୋଟ ୭୬ ମିଲିଲିଟର ବର୍ଷା ର ରେକର୍ଡ କରାଯାଇଛି । ସେଥି ମଧ୍ୟରୁ ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଓ ଦେବଗଡ଼ ରେ ଆବଶ୍ୟକ ଠାରୁ ଅଧିକ ବର୍ଷା ର ସୁଚନା ମିଳିଛି । ପାଞ୍ଚଟି ଜିଲ୍ଲା ବରଗଡ଼, ସୋନପୁର, ମାଲକାନଗିରି, ମୟୂରଭଞ୍ଜ ଓ ବାଲେଶ୍ଵର ରେ ସ୍ବାଭାବିକରୁ ଅଧିକ ବର୍ଷା ଥିବା ବେଳେ ଦଶଟି ଜିଲ୍ଲା ସ୍ବାଭାବିକ ଜିଲ୍ଲା ଭାବେ ରେକର୍ଡ କରାଯାଇଛି । ଅନ୍ୟ ପଟେ ୧୨ ଜିଲ୍ଲା ରେ ଅଭାବୀ ବର୍ଷା ର ରେକର୍ଡ ଥିବା ବେଳେ ନୂଆପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ର ରେକର୍ଡ କରଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।