ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ସେମିଫାଇନାଲ ରେ ସ୍ଥାନ ପାଇବା ପାଇଁ ଭାରତ କୁ କଣ କରିବାକୁ ହେବ ଏବଂ ସେମିଫାଇନାଲ ଯିବାକୁ କେତେ ସମ୍ଭାବନା ରହିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ଟି -୨୦ ବିଶ୍ୱକପ୍ ର ଏକମାତ୍ର ଦାବିଦାର ବୋଲି ଭାରତ କୁ କୁହାଯାଉଥିଲା । କିନ୍ତୁ ଭାରତ ଗତ ଦୁଇଟି ମ୍ୟାଚ୍ ରେ ବହୁତ୍ ଖରାପ ପ୍ରଦର୍ଶନ କରି ଥିବା ହେତୁ ଲଗାତର ଦୁଇଟି ମ୍ୟାଚ୍ରେ ପରାଜିତ ହୋଇଥିଲା । ଭାରତ ର ଏହି ପରାଜୟ ବର୍ତ୍ତମାନ ସମସ୍ତଙ୍କୁ ସ୍ତ-ବ୍ଧ କରିଦେଇଛି । ବର୍ତ୍ତମାନ ସମୟ ରେ ଭାରତ ପାଇଁ ସେମିଫାଇନାଲ ରେ ପହଞ୍ଚିବା ହୋଇ ଯାଇଛି କାଠି କର ପାଠ । ସେଥି ପାଇଁ ବର୍ତ୍ତମାନ କେଉଁ ଲୋକ ଭାରତକୁ ସମବେଦନା ଜଣାଉଛି ତ ଆଉ ଅନେକ ଲୋକ ମଧ୍ୟ କହୁଛନ୍ତି ଯେ ଭଗବାନ ହିଁ ଏବେ ସାହାଭରସା ।
ଏହି ବିଶ୍ୱକପ୍ ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ରେ ପାକିସ୍ତାନଠାରୁ ୧୦ ଟି ୱି-କେ-ଟ୍ ରେ ପ-ରା-ସ୍ତ ହୋଇଥିଲା ଭାରତ । ଏହା ପରେ ନ୍ୟୁଜିଲ୍ୟାଣ୍ଡ ବି-ପ-କ୍ଷ ରେ ହୋଇଥିବା ମ୍ୟାଚ୍ ରେ ଭାରତ ଟିମ୍ ରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେଇଥିଲା ହେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଶୋଚନୀୟ ପ୍ରଦର୍ଶନ କରି ପ-ରା-ସ୍ତ ହୋଇଛି ଭାରତ ।ଏଥି ମଧ୍ୟରେ କ୍ରିକେଟ୍ ର ଗଣିତ ରୁ ଏହା ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ଭାରତ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଆଗ କୁ ଯାଇ ପାରିବ ନାହିଁ ।
କ୍ରିକେଟ୍ ର ଅନେକ ବିଶେଷଜ୍ଞ ମାନେ ଏହା କହିଛନ୍ତି ଯେ ବର୍ତ୍ତମାନ ଅନ୍ୟ ଦେଶ ହାତରେ ରହିଛି ଭାରତର ବିଶ୍ୱକପ୍ ଭାଗ୍ୟ ।
ଅନ୍ୟ ଟିମ୍ ଗୁଡ଼ିକ ର ମ୍ୟାଚ୍ ଉପରେ ଏବେ ନିର୍ଭର କରୁଛି ଭାରତର ସେମିଫାଇନାଲ ର ସ୍ୱପ୍ନ ।ବିଶେଷକରି ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଟି ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହା ଯାଉଛି । କାହିଁକି ନା ଯଦି ସେହି ମ୍ୟାଚରେ ଆଫଗାନିସ୍ତାନ ହାରିଯାଏ, ତାହେଲେ ଭାରତ ପାଇଁ ସୁଯୋଗ ରହିବ ।କିନ୍ତୁ ସେହି ମ୍ୟାଚ୍ ରେ ଯଦି ନ୍ୟୁଜିଲ୍ୟାଣ୍ଡ ହାରି ଯାଏ ତାହେଲେ ଆଫଗାନିସ୍ତାନ ସହ ଭାରତର ପଏଣ୍ଟ ସମାନ ହୋଇଯିବ । ଆଉ ଏଭଳି ସ୍ଥିତିରେ ଭାରତ ଓ ଆଫଗାନିସ୍ତାନ ର ନେଟ୍ ରନରେଟ୍ କିଛି ଗୋଟେ ନିର୍ଣ୍ଣୟ କରାଯିବ ।ଅନ୍ୟ ପକ୍ଷରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟିମ୍ ସ୍କଟଲ୍ୟାଣ୍ଡ କିମ୍ବା ନାମିବିଆ ଠାରୁ ମଧ୍ୟ ହାରିବା ଭାରତ ପାଇଁ ଜରୁରୀ ଅଟେ କାହିଁକି ନ ଏହା ଦ୍ଵାରା ନ୍ୟୁଜିଲ୍ୟାଣ୍ଡ ଟିମକୁ ପଛରେ ପକାଇ ସେମିଫାଇନାଲ ର ଆଶା କୁ ଉ-ଜ୍ଜୀ-ବି-ତ କରିପାରିବ ଭାରତ ।
ଏହା ସହିତ ମଧ୍ୟ ସେମିଫାଇନାଲକୁ କ୍ୱା-ଲି-ଫା-ଏ କରିବା ପାଇଁ ଅନ୍ୟ ଏକ ଉପାୟ ରହିଛି ଭାରତ ପାଖରେ । ତାହା ହେଉଛି ଯଦି ପାକିସ୍ତାନ ଟିମ୍ ନାମିବ୍ୟା ଏବଂ ସ୍କଟଲ୍ୟାଣ୍ଡ ଠାରୁ ହାରିଯାଏ ଏବଂ ଭାରତ ଶେଷ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନ ରେ ଜିତି ପାରିବ ତାହେଲେ ଭାରତ ର ସେମିଫାଇନାଲ୍ ଆଶା ଅଧିକ ବଢ଼ିଯିବ । କିନ୍ତୁ ଏହାର ସମ୍ଭାବନା ବହୁତ୍ କମ ରହିଛି ।ସେହିପରି ମଧ୍ୟ ଯଦି ନ୍ୟୁଜିଲ୍ୟାଣ୍ଡ ଟିମ୍ ସ୍କଟଲ୍ୟାଣ୍ଡ ଓ ନାମିବିଆ ଟିମ୍ ଠାରୁ ହାରିଯାଏ , ତାହେଲେ ମଧ୍ୟ ଭାରତ ତା’ର ବାକି ଥିବା ମ୍ୟାଚ୍ ଗୁଡ଼ିକ ରେ ବଡ଼ ବ୍ୟବଧାନ ରେ ଜିତି ସେମିଫାଇନାଲ୍ କୁ ଯାଇ ପାରିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।