ଧନତେରସ Diwali ରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ । ଘରେ ବର୍ଷ ସାରା ହେବ ଧନ ର ବର୍ଷା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ବର୍ଷ ଧନ୍ତରସ୍ ରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଦେଖିବେ ମାଆ ଲକ୍ଷ୍ମୀ କିଭଳି ପ୍ରସନ୍ନ ହେବେ ଏବଂ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ହିନ୍ଦୁ ମାନଙ୍କର ତ ବାର ମାସରେ ତେର ପର୍ବ, ହିନ୍ଦୁ ଲୋକମାନେ ବହୁତ ଖୁସିର ସହ ମଧ୍ୟ ସବୁ ପର୍ବପର୍ବାଣି କୁ ପାଳନ କରି ଥାଆନ୍ତି। ଏବେ ମଧ୍ୟ ପର୍ବପର୍ବାଣୀର ଋତୁ ଆରମ୍ଭ ହୋଇଗଲାଣି, ଏହି କିଛିଦିନ ତଳେ ଦୁର୍ଗା ପୂଜା ଗଲା, ଲକ୍ଷ୍ମୀ ପୂଜା ମଧ୍ୟ ସରିଲା ଆଗକୁ ଆସୁଛି ଦୀପାବଳୀ। ଏହି ଦୀପାବଳୀ କୁ ଲୋକମାନେ ପାଞ୍ଚଦିନ ଧରି ପାଳନ କରି ଥାଆନ୍ତି, ଏହି ପାଞ୍ଚ ଦିନ ମଧ୍ୟରେ ଧନ୍ତରସ୍ କୁ ଲୋକମାନେ ସୁନାଗହଣାର କିଣାକିଣି କରି ଥାଆନ୍ତି, ଲୋକମାନେ ଏହା ମାନି ଥାଆନ୍ତି କି ଏହିଦିନରେ କିଛି ସୁନାଗହଣା ଘରକୁ ଆଣିଲେ ଏହା ସହ ଲକ୍ଷ୍ମୀ ମଧ୍ୟ ଘରକୁ ଆସିଥାଆନ୍ତି। ଆଉ ଏହି ବର୍ଷର ଧନ୍ତରସ୍ ମଧ୍ୟ ଆସନ୍ତାକାଲି ଅର୍ଥାତ୍ ମଙ୍ଗବାର ଦିନ, ତେବେ ଏହି ବର୍ଷ ଧନ୍ତରସ୍ ରେ ଆପଣମାନେ ଏହି ୫ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ ତେବେ ଦେଖିବେ ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଯିବେ। 

 

ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ କଣ, ଯାହାକୁ ଧନ୍ତରସ୍ ରେ ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ। ପ୍ରତିବର୍ଷ ଲୋକମାନେ ଏହି ଧନ୍ତରସ୍ ଦିନ କିଛି ନା କିଛି ଜିନିଷ ଘରକୁ ଆଣି ଥାଆନ୍ତି, କୁହାଯାଏ କି ଏହିଦିନ ଘରକୁ ଆଣିଲେ ମାଆ ଲକ୍ଷ୍ମୀ ବହୁତ ଖୁସି ହୋଇଥାଆନ୍ତି ଏବଂ ପ୍ରସନ୍ନ ମଧ୍ୟ ହୋଇଥାଆନ୍ତି। ତେବେ ପୂର୍ବରୁ ପରମ୍ପରା ରହିଛି କି ଏହିଦିନ ସୁନା କିଣିଲେ ବହୁତ ଶୁଭ ହୋଇଥାଏ, ହେଲେ ସୁନା ବହୁତ ମ-ହ-ଙ୍ଗା ସମସ୍ତେ ଏହାକୁ କିଣି ପାରନ୍ତି ନାହିଁ। ଆମେ କିନ୍ତୁ ଆଜି ଆପଣ ମାନଙ୍କୁ ଏପରି କିଛି ଜିନିଷ ସମ୍ପର୍କରେ କହିବୁ, ଯାହାକୁ ଧନ୍ତରସ୍ ଦିନ ଆପଣମାନେ ଘରକୁ ଆଣିଲେ ବହୁତ ଶୁଭ ହେବ। 

 

ଏହା ସହ ମାଆ ଲକ୍ଷ୍ମୀ ଧନର ଦେବୀ, କୁବେର ଓ ଧନମନ୍ତ୍ରୀ ମହାରାଜ ଆପଣଙ୍କ ଉପରେ ବହୁତ ଖୁସି ହେବେ। ଏବଂ ଆପଣଙ୍କୁ ଶୁଭ ଫଳର ପ୍ରାପ୍ତି ହେବ, ଧନର କମି କେବେ ମଧ୍ୟ ରହିବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ସମ୍ପର୍କରେ। ଯଦି ଆପଣମାନେ ଧନ୍ତରସ୍ ରେ ଚାନ୍ଦିର କଇଁଚ ତିଆରି କରି ଅନାମିକା ଆଙ୍ଗୁଠିରେ ପିନ୍ଧିବେ, ତ ମାଆ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଯଦି ଆପଣମାନେ ଚାନ୍ଦିର ଆଣି ପାରୁ ନାହାଁନ୍ତି, ତେବେ ପିତ୍ତଳର ମଧ୍ୟ କରି ପିନ୍ଧି ପାରିବେ। ଆପଣମାନେ ଧନ୍ତରସ୍ ଦିନ ଗଣେଶ କିମ୍ବା ମାଆ ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ଆଣନ୍ତୁ, ଏହାଦ୍ୱାରା ମାଆ ଲକ୍ଷ୍ମୀ ମଧ୍ୟ ବହୁତ ପ୍ରସନ୍ନ ହେବେ। 

 

ଆପଣାମାନେ ମୟୂରର ପଙ୍ଖ ମଧ୍ୟ ଧନ୍ତରସ୍ ଦିନ ଘରକୁ ଆଣି ପାରିବେ, ଏହାକୁ ଆପଣାମାନେ ବି ଘରେ ମୁଖ୍ୟ ଦ୍ୱାରରେ ଲଗାଇ ଦିଅନ୍ତୁ, କିମ୍ବା ଘରେ ଯେଉଁଠି କୃଷ୍ଣ ଭଗବାନ ଅଛନ୍ତି ସେଠାରେ ଲଗାଇ ଦିଅନ୍ତୁ ବା ଘରେ ଯେଉଁଠି ବି ଚାହିଁଲେ ରଖି ପାରିବେ। ଧନ୍ତରସ୍ ଦିନ ଆପଣ ଘରକୁ ଶଙ୍ଖ ମଧ୍ୟ ଆଣିପାରିବେ, ଏହା ଦ୍ୱାରା ମାଆ ଲକ୍ଷ୍ମୀଙ୍କର କୃପା ଏବଂ ଶୁଭ ଦୃଷ୍ଟି ଲାଗି ରହିବ। ଆଉ ଶେଷଟି ହେଉଛି ମାଆ ଲକ୍ଷ୍ମୀଙ୍କର ପଦୁକ ବା ଚରଣ, ଏହାକୁ ଆପଣମାନେ ଧନ୍ତରସ୍ ଦିନ ଘରକୁ ଆଣନ୍ତୁ ଏବଂ ଘରେ ଯେଉଁଠାରେ ମାଆ ଲକ୍ଷ୍ମୀ ଅଛନ୍ତି ତାଙ୍କ ଆଗରେ ରଖି ଦିଅନ୍ତୁ। ଏହାକୁ କରିବା ଦ୍ୱାରା ଆପଣମାନେ ଦେଖିବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସବୁବେଳେ ଲାଗି ରହିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *