ବିଶ୍ୱକପ ର ପରାଜୟ କୁ ଲକ୍ଷକରି Yuvraj Singh ଫେରିଲେ ଭାରତୀୟ ଦଳକୁ… ଜାଣନ୍ତୁ କେବେ ଖେଳିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅବସର ନେବା ପରେ ପୁଣି ଥରେ କିକ୍ରେଟ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ କିଙ୍ଗ ଅଫ ଦ ସିକ୍ସ ଯୁବରାଜ ସିଂ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ପୁଣି କିକ୍ରେଟ ମଇଦାନକୁ ଫେରିବେ ଭାରତର ପୂର୍ବତନ ବି-ସ୍ଫୋ-ର-କ ଅଲରାଉଣ୍ଡର ଯୁବରାଜ ସିଂ । ପୁଣି କିକ୍ରେଟ ମଇଦାନ ଦେଖିବାକୁ ମିଳିବ ଜର୍ସି ନଂ୧୨ । ଷ୍ଟାଇଲିସ୍‌ ସଟ୍ ସହ ପୁଣିଥରେ କିଙ୍ଗ ଅଫ ଦି ସିକ୍ସଙ୍କ ଦମ୍‌ଦାର ଇଂନିସକୁ ଅନାଇବସିଛନ୍ତି କ୍ରୀଡାପ୍ରେମୀ । କାରଣ ପୁଣି କ୍ରିକେଟ ମଇଦାନକୁ ଓହ୍ଲାଇବା ସହ ଭାରତ ପାଇଁ ଖେଳିବେ ବୋଲି ନିଜ ସୋ-ସି-ଆ-ଲ ମି-ଡ଼ି-ଆରେ ଯୁବରାଜ ନିଜେ ଘୋଷଣା କରିଛନ୍ତି । ତେବେ ଭାରତୀୟ କ୍ରିକେଟ୍‌ ଜଗତରେ ସିକ୍ସର କିଙ୍ଗ୍‌ କହିଲେ କ୍ରିକେଟର୍‌ ଯୁବରାଜ ସିଂହଙ୍କୁ ବୁଝାଏ । ଟିମ୍‌ ଇଣ୍ଡିଆ ସଫଳତାର ଆଉ ଜଣେ ଯୋ-ଦ୍ଧା । ହେଲେ ଦୁଇ ବର୍ଷ ତଳେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରିଥିବା ବେଳେ ଏବେ ପୁଣିଥରେ କ୍ରିଜ୍‌କୁ ଓହ୍ଲାଇବାକୁ ସଙ୍କେତ ଦେଇଛନ୍ତି। 

 

୨୦୧୧ ୱାର୍ଲ୍ଡ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବରାଜ ସୋ-ସି-ଆ-ଲ୍‌ ମି-ଡି-ଆରେ ସେ ସମୟର ଏକ ଭିଡିଓ ପୋଷ୍ଟ କରି ଆସନ୍ତା ଫେବୃଆରୀ ୨୦୨୨ରେ ପୁଣିଥରେ ଫିଲ୍ଡରେ ପଦାର୍ପଣ କରିବା ନେଇ ଉଲ୍ଲେଖ କରିଛନ୍ତି । ଇନଷ୍ଟଗ୍ରାମରେ ପୋଷ୍ଟରେ ଯୁବରାଜ ଲେଖିଛନ୍ତି, ‘ ଭଗବାନ ତୁମର ଭାଗ୍ୟ ନିଦ୍ଧାରଣ କରନ୍ତି ! ଆପଣମାନଙ୍କ ଇଚ୍ଛା ପାଇଁ ଆସନ୍ତା ଫେବ୍ରୂୁଆରୀ ମାସରେ ମୁଁ ପଡିଆକୁ ଫେରିବି ବୋଲି ଆଶାବାଦୀ ଅଛି ।ଆପଣମାନଙ୍କ ଭଲ ପାଇବା ଓ ସୁଭେଚ୍ଛା ପାଇଁ ଧନ୍ୟବାଦ । ଏହା ମୋ ପାଇଁ ବହୁତ ମୂଲ୍ୟବାନ । ଇଣ୍ଡିଆକୁ ସମର୍ଥନ ଜାରି ରଖନ୍ତୁ । ଏହା ଆମର ଟିମ୍ ଏବଂ ଜଣେ ପ୍ରକୃତ ପ୍ରଶସଂକ ଖ-ରା-ପ ସମୟରେ ମଧ୍ୟ ସମର୍ଥନ ଜାରି ରଖେ’।

 

ସାମାଜିକ ଗଣମାଧ୍ୟମରେ ନିଜେ ଯୁବରାଜ ଏହି ଘୋଷଣା କରିବା ପରେ ସବୁ କ୍ରିକେଟ ପ୍ରେମୀଙ୍କ ଦିଲ୍‌ର ଧଡ଼କନ ବଢିବାରେ ଲାଗିଛି । ପୁଣି ଷ୍ଟାଡିୟମରେ ଯୁବରାଜଙ୍କ ଧମାକାଦାର ବ୍ୟାଟିଂ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯାହାକୁ ନେଇ ବର୍ତ୍ତମାନ ବେଶ ଆଲୋଚନା ହେଉଛି । ସଦ୍ୟ ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋ-ଚ-ନୀ-ୟ ପ-ରା-ସ୍ତ ପରେ ଅନେକ କ୍ରିକେଟ୍ ପ୍ରେମୀ ଯୁବରାଜଙ୍କୁ କମବ୍ୟାକ୍ କରିବା ଲାଗି ଅନୁରୋଧ କରିଥିଲେ । ଖାସ ସେମାନଙ୍କ ଅନୁରୋଧ ର-କ୍ଷା କରିବାକୁ ଯାଇ ଯୁବରାଜ ପୁଣିଥରେ ମଇଦାନକୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି । ସେ ଆସନ୍ତା ୨୦୨୨ ମସିହା ଫେବୃଆରୀ ମାସରେ ପୁଣି ଭାରତ ପାଇଁ କ୍ରିକେଟ ଖେଳିବେ ବୋଲି ନିଜ ସୋ-ସି-ଆ-ଲ ମି-ଡ଼ି-ଆ ଘୋଷଣା କରିଛନ୍ତି। 

 

ତେବେ ଯୁବରାଜଙ୍କ ଏହି ଭବିଷ୍ୟବାଣୀ କେତେ ଫଳପ୍ରଦ ହେଉଛି ତାହା ଆଗକୁ ଦେଖିବେ କ୍ରିକେଟ୍‌ ପ୍ରେମୀ । ଯୁବରାଜ ସିଂ ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ଟି ଓଡିଆଇ ଏବଂ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୭ ଶତକ ଏବଂ ୭୧ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଯେତେବେଳେ ଯୁବରାଜ ତାଙ୍କର ସମ୍ପୂର୍ଣ୍ଣ ଫର୍ମରେ ଥିଲେ ପ୍ରତିପକ୍ଷ ଦଳ ତାଙ୍କୁ ଅଟକାଇବାକୁ ଜୋର୍‌ ଲାଗାଇ ଦେଉଥିଲେ । ୧୧ ହଜାରରୁ ଅଧିକ ରନ୍ ସ୍କୋର କରିବା ବ୍ୟତୀତ ସେ ୧୪୮ଟି ୱିକେଟ୍ ମଧ୍ୟ ନେଇଛନ୍ତି । ଯେଉଁଥିରେ ସେ ଚମତ୍କାର ବୋଲିଂ କରି ଦୁଇଟି ମ୍ୟାଚ୍‌ରେ ୪ଟି ଲେଖାଏଁ ୱିକେଟ୍ ଏବଂ ଆଉ ଥରେ ୫ଟି ୱିକେଟ୍ ନେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *