ଏବେ ବି ମାତ୍ର ୩ ଟଙ୍କାରେ ମିଲ।Chiken, Motton, Fish ସବୁ ପ୍ରକାର ମିଲ ମିଳେ…

 

ଦର୍ଶକ ବନ୍ଧୁ ଏ ମହଙ୍ଗା ଯୁଗ ରେ ବାହାରେ ଗୋଟେ ମିଲ୍ ଖାଇଲେ କେତେ ଖର୍ଚ୍ଚ ହେଉଛି ଆପଣ ଜାଣନ୍ତି । ଅତି କମ ରେ ୪୦ ରୁ ୫୦ ଟଙ୍କା ପ୍ରାୟ ଖର୍ଚ୍ଚ ହୋଇଯାଏ ବାହାରେ ଗୋଟେ ମିଲ ଖାଇଲେ। ତେବେ ଆପଣଙ୍କୁ ଏହି କଥା ଶୁଣି ଆ-ଶ୍ଚ-ର୍ଯ୍ୟ ଲାଗିବ ଯେ କୋଲକାତା ସହର ରେ ଏବେ ବି ଏମିତି ଅନେକ ହୋଟେଲ ରହିଛି ଯେଉଁଠି ମିଲ ବହୁତ୍ ଶସ୍ତା । ସେହି ହୋଟେଲ ରେ ଭାତ ଏବଂ ତରକାରୀ କୁ ଆପଣ ମାତ୍ର ୩ ଟଙ୍କା ରେ କିଣି ଖାଇ ପାରିବେ । ଶୁଣିଲେ ବିଶ୍ୱାସ ହେଉ ନଥିବ କିନ୍ତୁ ଏମିତି ଗୋଟେ କି ଦୁଇଟି ନୁହେଁ କୋଲକାତା ସହର ର ଅନେକ ସ୍ଥାନ ରେ ଆପଣଙ୍କୁ ମାତ୍ର ୩ ଟଙ୍କା ରେ ମିଲ ମିଳିଯିବ ।

 

ଶସ୍ତା ରେ ଏଠାରେ ପୁରା ମିଲ ମିଳୁଥିବାରୁ ଏହାକୁ ପାଇସ ହୋଟେଲ କୁହାଯାଏ । ଏଥିରୁ କିଛି ହୋଟେଲ ପ୍ରାୟ ୧୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଆଉ କିଛି ହୋଟେଲ ପ୍ରାୟ ୬୦ ରୁ ୭୦ ବର୍ଷ ଆଗରୁ ହୋଇଛି । ଏହି ହୋଟେଲ ଗୁଡ଼ିକ ରାଇସ୍ ହୋଟେଲ ଏବଂ କିଛି ଲୋକ ମାନେ ମଧ୍ୟ ଏହାକୁ ହିନ୍ଦୁ ହୋଟେଲ ବୋଲି କହିଥାନ୍ତି । ଆପଣ ବି ଯଦି କେବେ କୋଲକାତା ଯିବେ ତାହେଲେ ଏହି ହୋଟେଲ ରେ ଖାଇବାକୁ କେବେ ବି ଭୁଲିବେ ନାହିଁ । ଏଠାରେ ଆପଣଙ୍କୁ ପଶ୍ଚିମବଙ୍ଗ ର ପାରମ୍ପରିକ ବ୍ୟଞ୍ଜନ ର ସ୍ଵାଦ ଚାଖି ବାକୁ ମିଳିଯିବ ଏବଂ ଏହା ପୁଣି ବହୁତ୍ ଶସ୍ତା ରେ । 

 

କିଛି ହୋଟେଲ ରେ ୩ ଟଙ୍କା ରେ ଖାଇବାକୁ ମିଳେ ତ ଆଉ କେଉଁଠି ଟିକେ ଅଧିକ ଦାମ କିନ୍ତୁ ସାରା ବିଶ୍ବ ରେ ଏମିତି ଶସ୍ତା ହୋଟେଲ କେଉଁଠି ବି ନଥିବ । କୋଲକାତା ର ଏହି ହୋଟେଲ ରେ ୩ ଟଙ୍କା ରୁ ୨୫ ଟଙ୍କା ଭିତରେ ଆପଣ ପେଟ ପୁରା ଭୋଜନ କରି ପାରିବେ । ଖାସ୍ କରି ଲଞ୍ଚ ସମୟ ଏବଂ ରାତି ସମୟ ରେ ଏହି ହୋଟେଲ ମାନଙ୍କ ରେ ଲୋକ ଙ୍କ ର ପ୍ର-ବ-ଳ ଭିଡ଼ ଜମେ । ନିରାମିଷ ପୁରା ଶସ୍ତା ରେ ମିଳେ ଆଉ ଆ-ମି-ଷ ଟିକେ ମହଙ୍ଗା ରେ ମିଳେ । ବଙ୍ଗାଳୀ ପରମ୍ପରା ଗତ ସମସ୍ତ ପ୍ରକାରର ବ୍ୟଞ୍ଜନ ରହିଥାଏ ଏହି ହୋଟେଲ ରେ । ଏହି ହୋଟେଲ ରେ ସବୁ କିଛି ସୋରିଷ ତେଲ ତଥା ସୋରିଷ ରେ ରୋଷେଇ ହୋଇଥାଏ। ତେବେ ସମୟ କ୍ରମେ କିଛି ହୋଟେଲ ବ-ନ୍ଦ ହୋଇଗଲେଣି ତଥାପି ଅନେକ ହୋଟେଲ ଏବେ ବି ଚାଲିଛି ।

 

ତେବେ ଏହି ହୋଟେଲ ଗୁଡ଼ିକ ପାଇସ୍ ହୋଟେଲ କାହିଁକି କୁହାଯାଏ । ପାଇସ ହୋଟେଲ ଇଂରେଜ ମାନଙ୍କ ଅମଳ ରୁ ଆରମ୍ଭ ହେଇଥିଲା , ସେତେବେଳେ କୋଲକାତା ଦେଶ ର ରାଜଧାନୀ ଥିଲା । ସେହି ସମୟ ରେ ପଇସା କୁ ପାଇଶ୍ କୁହାଯାଉଥିଲା ଏବଂ ଏହାର ମୂଲ୍ୟ ଏକ ଅଣା ସହିତ ସମାନ ଥିଲା । ଏହି ହୋଟେଲ ରେ ଏତେ କମ୍ ପଇସା ରେ ମିଲ ମିଳୁ ଥିବାରୁ ସବୁବେଳ ପାଇଁ ଏଠାରେ ଭିଡ ଲାଗିଥାଏ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *