ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆର ପାରିରେ ରାମାୟଣର ରାବଣ । ତେବେ ଏହି ଲୋକପ୍ରିୟ ବରିଷ୍ଠ କଳାକାର ଆଉ ନାହାନ୍ତି।କେବେ ଓ କିପରି ଘଟିଲା ଚାଲନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ସୂଚନା ଆସି ପହଞ୍ଚିଛି ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀ ଆର ପାରିକୁ ଚାଲି ଯାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ଏପରି ହୋଇଥିବା ଅରବିନ୍ଦଙ୍କ ଭଣଜା କୌସ୍ତୁଭ ସୂଚନା ଦେଇଛନ୍ତି ,ତାଙ୍କୁ ୮୨ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ଅରବିନ୍ଦ ଅସୁସ୍ଥ ରହି ଆସୁଥିଲେ ।
ଅରବିନ୍ଦ ନିଜର ୪୦ ବର୍ଷର ଅଭିନୟ କ୍ୟାରିୟରେ ସେ ୩୦୦ ରୁ ଉର୍ଦ୍ଧ ସିନେମା ଓ ଧାରବାହିକରେ ଅଭିନୟ କରିଥିଲେ । ରାମାୟଣ ବ୍ୟତୀତ ବିକ୍ରମ ବେତାଳ ଓ ଅନ୍ୟାନ୍ୟ ପୌ-ରା-ଣି-କ ଏବଂ ସାମାଜିକ ଧାରବାହିକରେ ତାଙ୍କର ଚମତ୍କାର ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା । ମୁମ୍ବାଇର ଦହାନୁକରୱାଡି ଶ୍ମ-ଶା-ନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ରାମାୟଣ ଧାରାବାହିକ ପାଇଁ ଘରେ ଘରେ ପରିଚିତ ହୋଇ ପାରିଥିଲେ ଅରବିନ୍ଦ । ରାବଣ ଭୂମିକା ରେ ତାଙ୍କୁ ଦର୍ଷକେ ବହୁତ ପସନ୍ଦ କରିଥିଲେ । କାରଣ ସେ ସେହି ଭୂମିକା କୁ ସମ୍ପୂର୍ଣ ରୂପେ ନିଭାଇ ଥିଲେ । ରାବଣ ଚରିତ୍ର ମାଧ୍ୟମରେ ତାଙ୍କର ଅଗଣିତ ପ୍ରଶଂସକ ଥିଲେ।
ମଧ୍ୟପ୍ରଦେଶର ଉ-ଜ୍ଜୈ-ନ ସହରରେ ଅରବିନ୍ଦ ତ୍ରିବେଦୀ ଜନ୍ମଗ୍ରହଣ କରିଥିଲେ । ତେବେ ପ୍ରଥମେ ଅରବିନ୍ଦ ଗୁଜରାଟୀ ରଙ୍ଗମଂଚରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଗୁଜରାଟୀ ଭାଷାରେ ଧାର୍ମିକ ଓ ସାମାଜିକ ଫିଲ୍ମରେ ଅଭିନୟ କରି ଅରବିନ୍ଦ ଗୁଜରାଟୀ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଦୀର୍ଘ ୪୦ ବର୍ଷ ଧରି ସେ ଗୁଜରାଟୀ ସିନେ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ଛୋଟ ପରଦା ରେ ପ୍ରାୟ ୪୦ ବର୍ଷ ଧରି ନିଜର ଯୋଗଦାନ ଦେଇଥିବା ଏହି ବରିଷ୍ଠ କଳାକାରଙ୍କୁ ଅନେକ ପୁରସ୍କାରରେ ସ-ମ୍ମା-ନି-ତ କରାଯାଇଛି । ୩୦୦ରୁ ଅଧିକ ବହୁଭାଷୀ ସିନେମା ଓ ସିରିୟଲରେ ଅରବିନ୍ଦ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ କରିଥିଲେ ।
୧୯୯୧ ଓ ୧୯୯୬ ମସିହା ପର୍ଯ୍ୟନ୍ତ ରାଜନୀତିରେ ସେ ସକ୍ରିୟ ରହିଥିଲେ । ସେ ଗୁଜରାଟର ସାବରକାଣ୍ଠା ନିର୍ବାଚନ ମଣ୍ଡଳୀ ପାଇଁ ମନୋନୀତ ହୋଇଥିଲେ । ଏହାଛଡ଼ା, ବିଜୟ ଆନନ୍ଦ ଇସ୍ତଫା ଦେବା ପରେ ସେ ‘ସେନ୍ସର୍ ବୋର୍ଡ ଫର୍ ସାର୍ଟିଫିକେସନ୍’ ର କାର୍ଯ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ସେହି ବରିଷ୍ଠ ଅଭିନେତାଙ୍କ ସ୍ମୃତିରେ କଳାଜଗତରେ ଶୋକର ଛାୟା ଖେଳି ଯିବା ସହିତ ତାଙ୍କ ପରିବାରକୁ ସମବେଦନା ର ସୁଅ ଛୁଟୁଛି । ତେବେ ଏହି ଖବର ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏବେ ଭା-ଇ-ରା-ଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।