କେଉଁ ବାଟ ଦେଇ ଯିବ ବାତ୍ୟା ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗତିପଥ ଜାରି ଜାଣନ୍ତୁ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କେଉଁ ବାଟ ଦେଇ ଯିବ ବାତ୍ୟା ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗତିପଥ ଜାରି ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଧୀରେ ଧୀରେ ସ୍ପଷ୍ଟ ହେବାରେ ବାତ୍ୟାର ସ୍ଥିତି, ଗତି ଓ ବେଗ । ଆସିଲା ବାତ୍ୟାର ଗତିପଥ । ନଜର ପକାନ୍ତୁ ସମ୍ଭାବ୍ୟ ବାତ୍ୟା ସି-ତ୍ରଙ୍ଗର ଗତିପଥ ଉପରେ ।  କେଉଁ ବାଟ ଦେଇ ବାତ୍ୟା ଯିବ ସେ ନେଇ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆକଳନ ଅନୁସାରେ ଓଡ଼ିଶା ଛୁଇଁନପାରେ ବାତ୍ୟା । ଏହା ପଶ୍ଚିମବଙ୍ଗ- ବାଂଲାଦେଶ ମୁହାଁ ହେଉଛି ବାତ୍ୟା ସିତ୍ରାଙ୍ଗ । ଗତିପଥ ଅନୁସାରେ ଓଡ଼ିଶା ଉପକୂଳର କିଛି ଦୂରରେ ରହି ପଶ୍ଚିମବଙ୍ଗ ମୁହାଁ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୨ ତାରିଖରେ ଅର୍ଥାତ ଆସନ୍ତାକାଲି ଅବପାତର ରୂପ ନେବ । 

 

ଏହି ସମୟରେ ସମୁଦ୍ର ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ଆଉ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଯାହାଦ୍ୱାରା ପବନର ବେଗ ବଢ଼ିବ । ଏହା ପରେ ରିକର୍ଭ ବା ଗତିପଥ ବଦଳିବ । ତା ପରଦିନ ଅର୍ଥାତ୍ ୨୪ ତାରିଖରେ ସକାଳେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ୨୫ ତାରିଖ ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 

 

ତେବେ ବାତ୍ୟାର କେନ୍ଦ୍ରସ୍ଥଳରେ ଘଂଟା ପ୍ରତି ୬୫-୭୫ କିମି ବେଗରେ ପବନ ବହିପାରେ । ଯାହାର ଝଟକା ୮୫ କିମି ପର୍ଯ୍ୟନ୍ତ ହୋଇପାରେ । ସେହି ୨୪ ତାରିଖ ଅପରାହ୍ଣରେ ୧୦୦ କିଲୋମିଟର ବେଗରେ ପବନ ଝଟକା ଦେଇପାରେ । ସେହିପରି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଅକ୍ଟୋବର ୨୫ ତାରିଖ ଅପରାହ୍ଣରେ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 

 

ସେହି ସମୟରେ ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାହାର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଅକ୍ଟୋବର ୨୬ ତାରିଖ ସକାଳରୁ ବାତ୍ୟା ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବ । ୨୪ ଓ ୨୫ରେ ବର୍ଷାର ପରିମାଣ ଅଧିକ ରହିବ । କିନ୍ତୁ ବିଶେଷ ପବନ ସମ୍ଭାବନା ନାହିଁ । ତେବେ ଓଡ଼ିଶା ଉପରେ ସିଧାସଳଖ ଭାବରେ ବିଶେଷ ପ୍ରଭାବ ପଡ଼ିନପାରେ କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *