ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅର୍ଚ୍ଚନା ନାଗଙ୍କ ପରେ ସ୍ୱାମୀ ଜଗବନ୍ଧୁ ହେଲେ ଗିରଫ । ଏବେ ସାମ୍ନାକୁ ଆସିବ ସମ୍ପୃକ୍ତ ନେତା ଓ ମନ୍ତ୍ରୀଙ୍କ କୁତ୍ସିତ ଚେହେରା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ହନିଟ୍ରାପ୍ର ରାଣୀ ତଥା ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ କମିସନରେଟ୍ ପୁଲିସ ଶେଷରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛି । ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଶୁକ୍ରବାର ସକାଳୁ ଗିରଫ ହୋଇ ସନ୍ଧ୍ୟାରେ ଝାରପଡ଼ା ଜେଲ୍ ଯିବା ପରେ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ । ଫଟୋ, ଭଡ଼ିଓ ଭାଇରାଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି । ୪ଟି ମୋବାଇଲ ଫୋନ୍, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି ।
ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଛି । ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି । ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଥିବା ପ୍ରଯୋଜକଙ୍କ ଅଭିଯୋଗର ରିମାଣ୍ଡ ଟ୍ୟାଗ ପାଇଁ କୋର୍ଟରେ ପ୍ରୋସେସ କରାଯାଉଛି । ଏଦିଗରେ ଅଧିକ ତଦନ୍ତ କରାଯାଉଛି । ତେଣୁ ଆଶା କରାଯାଉଛି ଯେ, ଏହି ମାମଲାରେ ବଡ଼ ଗୁମର ଖୋଲିପାରେ ।
ଏଠାରେ କହିରଖୁଛୁ ଯେ କିଛି ଦିନ ହେବ ଅର୍ଚ୍ଚନା ନାଗଙ୍କ ନାମ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ ଗତ ୬ ତାରିଖରେ ଅର୍ଚ୍ଚନା ନାଗକୁ ପୁଲିସ ଗିରଫ କରିଥିଲା । ଆଉ ଆଜି ସକାଳୁ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଗିରଫ ହେଲା ପରେ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା ଓ ଏହାପରେ ଜେଲ ପଠାଯାଇଛି । ଅର୍ଚ୍ଚନାର ଭଳି ଜଗବନ୍ଧୁ ନାଁରେ ମଧ୍ୟ ସମାନ ପ୍ରକାରର ଅଭିଯୋଗ ରହିଛି । ତେବେ ଏହି ବହୁ ଚର୍ଚ୍ଚିତ ଅର୍ଚ୍ଚନା ମାମଲାରେ ଯାହାର ବି ସଂପୃକ୍ତି ଥିବ, ତାବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଥିଲେ ।
ଏଥିରୁ ଅନୁମାନ କରାଯାଇ ପାରିବ ଯେ ଭବିଷ୍ୟତରେ ଅର୍ଚ୍ଚନା ସେକ୍ସ୍ ସ୍କାଣ୍ଡଲ ସହିତ ସଂପୃକ୍ତ ବିଭିନ୍ନ ନେତା ମନ୍ତ୍ରୀଙ୍କ ନାମ ପଦାକୁ ଆସିବ ।ତେବେ ବନ୍ଧୁଗଣ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଫାଶରେ ଯେତିକି ଫସିଛନ୍ତି, ତା ଭିତରେ ଅଛନ୍ତି ୨୫ରୁ ଅଧିକ ନେତା । ଆଉ ଯେଉଁ ୧୮ ବିଧାୟକ ଅଛନ୍ତି, ସେଥିରୁ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଏସବୁ ନେତା ମନ୍ତ୍ରୀଙ୍କୁ ସୁନ୍ଦରୀ ଝିଅ ଯୋଗାଉଥିଲେ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡ଼ିଓ ରଖି ବ୍ଲାକମେଲ୍ କରି ଟଙ୍କା ହଡ଼ପ କରୁଥିଲେ । ଏଭଳି ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ବେଆଇନ ଭାବେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରି ବିଳାସମୟ ଜୀବନଯାପନ କରୁଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।